Advertisment

ଅଳ୍ପକେ ବର୍ତ୍ତିଲା ବିଶାଖପାଟଣା-କୋର୍ବା ଏକ୍ସପ୍ରେସ୍‌

ଜୟପୁର: ଲାଇନ୍‌ଚ୍ୟତ ହେବାରୁ ଅଳ୍ପକେ ବର୍ତ୍ତିଲା ବିଶାଖପାଟଣା-କୋର୍ବା ଏକ୍ସପ୍ରେସ୍‌ ଟ୍ରେନ୍‌। ଗତକାଲି ମଧ୍ୟରାତିରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଷ୍ଟେସନ ନିକଟରେ ଟ୍ରାକ୍ ଭାଙ୍ଗି ଯିବାରୁ ଦୀର୍ଘ  ଅଢ଼େଇ ଘଣ୍ଟା ଧରି ଅକଟି ରହିଥିଲା ଟ୍ରେନ୍। ମୁନିଗୁଡ଼ା ଷ୍ଟେସନ ଅଳ୍ପ ବାଟ ଥିବାରୁ ଟ୍ରେନ୍‌ର ବେଗ କମ୍ ଥିଲା। ଏହି ସମୟରେ ଟ୍ରାକ୍ ଭାଙ୍ଗିଯିବ ଶବ୍ଦ ହେବାରୁ ନିକଟ ଲେବୁଲ୍ କ୍ରୋସିଂରେ ଥିବା ଗ୍ୟାଙ୍ଗମ୍ୟାନ୍ ରେଡ୍ ଲାଇଟ୍ ମାରିଥିଲେ। ଫଳରେ ଟ୍ରେନ୍‌ଟି ଭାଙ୍ଗି ଯାଇଥିବା ଟ୍ରାକ୍‌ ପୂର୍ବରୁ ଅଟକି ଯାଇଥିଲା।  ଯାହାଫଳରେ ଏକ ବଡ଼ ଧରଣରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରେନ୍। ଏହାସହିତ ଅଳ୍ପକେ ରକ୍ଷା ପାଇଗଲେ ସମସ୍ତ ଯାତ୍ରୀ।

<a href="">(image) </a>ଟ୍ରେନ୍ ଅଟକିବା ପରେ ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଟ୍ରାକ୍ ମରାମତି କରିଥିଲେ। ପ୍ରାୟ ଅଢେଇ ଘଣ୍ଟା  ବିଳମ୍ବରେ ଟ୍ରେନ୍ ମୁନିଗୁଡା ଷ୍ଟେସନ ଦେଇ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।  କେଉଁ କାରଣକୁ ଟ୍ରାକ୍ ଭାଙ୍ଗିଲା ତାହା ଜଣାପଡ଼ିନାହିଁ।

[vc_video link="https://www.youtube.com/watch?v=dcnyyaGfbTg" align="center"]

author-image
Ordigital Desk

ଜୟପୁର: ଲାଇନ୍‌ଚ୍ୟତ ହେବାରୁ ଅଳ୍ପକେ ବର୍ତ୍ତିଲା ବିଶାଖପାଟଣା-କୋର୍ବା ଏକ୍ସପ୍ରେସ୍‌ ଟ୍ରେନ୍‌। ଗତକାଲି ମଧ୍ୟରାତିରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଷ୍ଟେସନ ନିକଟରେ ଟ୍ରାକ୍ ଭାଙ୍ଗି ଯିବାରୁ ଦୀର୍ଘ  ଅଢ଼େଇ ଘଣ୍ଟା ଧରି ଅକଟି ରହିଥିଲା ଟ୍ରେନ୍। ମୁନିଗୁଡ଼ା ଷ୍ଟେସନ ଅଳ୍ପ ବାଟ ଥିବାରୁ ଟ୍ରେନ୍‌ର ବେଗ କମ୍ ଥିଲା। ଏହି ସମୟରେ ଟ୍ରାକ୍ ଭାଙ୍ଗିଯିବ ଶବ୍ଦ ହେବାରୁ ନିକଟ ଲେବୁଲ୍ କ୍ରୋସିଂରେ ଥିବା ଗ୍ୟାଙ୍ଗମ୍ୟାନ୍ ରେଡ୍ ଲାଇଟ୍ ମାରିଥିଲେ। ଫଳରେ ଟ୍ରେନ୍‌ଟି ଭାଙ୍ଗି ଯାଇଥିବା ଟ୍ରାକ୍‌ ପୂର୍ବରୁ ଅଟକି ଯାଇଥିଲା।  ଯାହାଫଳରେ ଏକ ବଡ଼ ଧରଣରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରେନ୍। ଏହାସହିତ ଅଳ୍ପକେ ରକ୍ଷା ପାଇଗଲେ ସମସ୍ତ ଯାତ୍ରୀ।

Advertisment

<a href="">(image) </a>ଟ୍ରେନ୍ ଅଟକିବା ପରେ ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଟ୍ରାକ୍ ମରାମତି କରିଥିଲେ। ପ୍ରାୟ ଅଢେଇ ଘଣ୍ଟା  ବିଳମ୍ବରେ ଟ୍ରେନ୍ ମୁନିଗୁଡା ଷ୍ଟେସନ ଦେଇ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।  କେଉଁ କାରଣକୁ ଟ୍ରାକ୍ ଭାଙ୍ଗିଲା ତାହା ଜଣାପଡ଼ିନାହିଁ।

[vc_video link=" align="center"]