ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ଟିଟିଲାଗଡ଼-ସିକେର ଷ୍ଟେସନ ମଝିରେ ଅଟକିଛି ତପସ୍ୱିନୀ ଏକ୍ସପ୍ରେସ । ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରି ତାର ଛିଡ଼ି ଯିବାରୁ ତପସ୍ୱିନୀ ଏକ୍ସପ୍ରେସ ଅଟକି ଥିବା ସୂଚନା ମିଳିଛି ।
ଏକ ଘରୋଇ କଂପାନୀ ରେଳ ଟ୍ରାକ୍ ନିକଟରେ କାମ କରୁଥିବା ବେଳେ ପଥର ବ୍ଲାଷ୍ଟିଂ ଯୋଗୁଁ ଉଚ୍ଚ କ୍ଷମତା ସମ୍ପନ୍ନ ଲାଇନ୍ ଛିଣ୍ଡି ଯାଇଥିଲା । ଏହି ଲାଇନ୍ ତାର ସଂସ୍ପର୍ଶରେ ଆସିଲେ ଦୁର୍ଘଟଣା ଘଟିବା ଆଶଙ୍କାରେ ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ୍ । ଟ୍ରେନ୍ଟି ଦୀର୍ଘ ସମୟ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ଛିଣ୍ଡି ଯାଇଥିବା ତାରକୁ ସଜାଡିବାକୁ ଉଦ୍ୟମ କରୁଛନ୍ତି ।
ହଠାତ୍ ଜୋରରେ ଏକ ଶବ୍ଦ ହେବା ପରେ ଟ୍ରେନ୍ଟି ଅଟକି ଯାଇଥିଲା । ଟ୍ରେନ୍ଟି ଜଙ୍ଗଲ ମଝିରେ ଅଟକି ରହିଥିବାରୁ ଯାତ୍ରୀମାନେ ନାନା ହଇରାଣ ହେଉଛନ୍ତି ବୋଲି କହିଛନ୍ତି ଜଣେ ଯାତ୍ରୀ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Science & Environment
ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ; କରାଯିବ ଟ୍ରାଙ୍କୁଲାଇଜ୍
ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।