Advertisment

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

କଟକ(ଓଡ଼ିଶା ରିପୋର୍ଟର): କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ  ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଭଦ୍ରକରୁ ମାଲ ଗାଡ଼ି ଖୋର୍ଦ୍ଧା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଛି । ଖବର ପାଇ ରେଲେଓ୍ୱର ଟେକ୍ନିକାଲ ଟିମ ଓ RPF ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ୧୦ ନମ୍ବର ଟ୍ରାକ୍‌ରେ  ଏହି ଦୁର୍ଘଟଣା ଘଟିଛି। ତେବେ ଅନ୍ୟ ଯାତ୍ରୀବାହୀ ଟ୍ରେନ ଯିବା […]

author-image
Niharika Rout
ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

train-2

କଟକ(ଓଡ଼ିଶା ରିପୋର୍ଟର): କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ  ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଭଦ୍ରକରୁ ମାଲ ଗାଡ଼ି ଖୋର୍ଦ୍ଧା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଛି ।

Advertisment

publive-image

ଖବର ପାଇ ରେଲେଓ୍ୱର ଟେକ୍ନିକାଲ ଟିମ ଓ RPF ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ୧୦ ନମ୍ବର ଟ୍ରାକ୍‌ରେ  ଏହି ଦୁର୍ଘଟଣା ଘଟିଛି। ତେବେ ଅନ୍ୟ ଯାତ୍ରୀବାହୀ ଟ୍ରେନ ଯିବା ଆସିବାରେ କୌଣସି ଅସୁବିଧା ଦେଖା ଦେଇ ନାହିଁ।

Cuttack