Advertisment

ପ୍ରବାସୀ ଶ୍ରମିକଙ୍କୁ ଧରି ରାୟଗଡ଼ାରେ ପହଞ୍ଚିଲା ଟ୍ରେନ୍

ରାୟଗଡ଼ା (ମନୋଜ ପାତ୍ର): ବିଭିନ୍ନ ସ୍ଥାନରେ ରହିଯାଇଥିବା ପ୍ରବାସୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସରକାର ଚଲାଉଛନ୍ତି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌। ଏହି କ୍ରମରେ ଆଜି ସକାଳ ୭ଟାରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ଟ୍ରେନ୍‌ ରାୟଗଡ଼ା ପହଞ୍ଚିଥିଲା। ଏହି ଟ୍ରେନ୍‌ରେ ୬ଟି ଜିଲ୍ଲାର  ୨୦୨ ଜଣ ଶ୍ରମିକ  ଆସିଥିଲେ। ସେମାନେ ସମସ୍ତେ ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର। ଶ୍ରମିକମାନେ ପହଞ୍ଚିଲା ପରେ ସେମାନଙ୍କର ପଞ୍ଜୀକରଣ କରାଯାଇଥିଲା। ଏଥିସହ […]

ପ୍ରବାସୀ ଶ୍ରମିକଙ୍କୁ ଧରି ରାୟଗଡ଼ାରେ ପହଞ୍ଚିଲା ଟ୍ରେନ୍

rayagada

Advertisment

ରାୟଗଡ଼ା (ମନୋଜ ପାତ୍ର): ବିଭିନ୍ନ ସ୍ଥାନରେ ରହିଯାଇଥିବା ପ୍ରବାସୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସରକାର ଚଲାଉଛନ୍ତି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌। ଏହି କ୍ରମରେ ଆଜି ସକାଳ ୭ଟାରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ଟ୍ରେନ୍‌ ରାୟଗଡ଼ା ପହଞ୍ଚିଥିଲା। ଏହି ଟ୍ରେନ୍‌ରେ ୬ଟି ଜିଲ୍ଲାର  ୨୦୨ ଜଣ ଶ୍ରମିକ  ଆସିଥିଲେ। ସେମାନେ ସମସ୍ତେ ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର। ଶ୍ରମିକମାନେ ପହଞ୍ଚିଲା ପରେ ସେମାନଙ୍କର ପଞ୍ଜୀକରଣ କରାଯାଇଥିଲା। ଏଥିସହ ସେମାନଙ୍କର ଥର୍ମାଲ୍‌ ସ୍କ୍ରିନ୍‌ କରାଯାଇଥିଲା।  ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଇଥିଲା। ଏଥିସହ ଶ୍ରମିକମାନଙ୍କୁ ସେମାନଙ୍କର ନିଜ ନିଜ ଜିଲ୍ଲାକୁ ପଠାଇବାକୁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଥିଲା।

Advertisment

ପ୍ରବାସୀମାନେ ଫେରୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଭୋର ୫ଟାରୁ ସନ୍ଧ୍ୟା ୭ଟା ଯାଏ ରାୟଗଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଏଥିସହ ସହରର ପିତାମହଲରୁ ଜେକେ ରୋଡ୍, ରେଳ ଷ୍ଟେସନ, ନ୍ୟୁ ବସ୍‌ଷ୍ଟାଣ୍ଡ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ଲୋକଙ୍କ ସମାଗମ ଓ ଯାତାୟତକୁ ବାରଣ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe