‘ତିତ୍‌ଲି’ ଭୟ: ଟ୍ରେନ୍‌ ବାତିଲ କଲା ରେଳ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ‘ତିତ୍‌ଲି’। ବଡ଼ ଧରଣର ବାତ୍ୟା ସମ୍ଭାବନା ଥିବାରୁ ପୂର୍ବତଟ ରେଳବାଇ ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍‌ ଓ ଆନ୍ଧ୍ରର ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳ ବାତିଲ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରେନ ଗୁଡିକ ସଂଧ୍ୟା ୫ଟା ୧୫ ପରେ ଭଦ୍ରକ ଷ୍ଟେସନ ପୂର୍ବରୁ ଅଟକିବ। ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ […]

train

Rakesh Mallick
  • Published: Wednesday, 10 October 2018
  • , Updated: 10 October 2018, 08:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ‘ତିତ୍‌ଲି’। ବଡ଼ ଧରଣର ବାତ୍ୟା ସମ୍ଭାବନା ଥିବାରୁ ପୂର୍ବତଟ ରେଳବାଇ ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍‌ ଓ ଆନ୍ଧ୍ରର ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳ ବାତିଲ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ।

ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରେନ ଗୁଡିକ ସଂଧ୍ୟା ୫ଟା ୧୫ ପରେ ଭଦ୍ରକ ଷ୍ଟେସନ ପୂର୍ବରୁ ଅଟକିବ। ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଓ ବିଶାଖାପାଟଣାରୁ ଆସୁଥିବା ଟ୍ରେନ ଗୁଡିକ ସଂଧ୍ୟା ୬ଟା ୪୦ ମିନିଟ ପରେ ଦୁଭାଡା ଷ୍ଟେସନ ନିକଟରେ ଅଟକିବ। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବାତିଲ ରହିବ।

https://youtu.be/P1c5BsF13ig

Related story