bls
Advertisment
ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଆଜି ଓଡ଼ିଶା ଅକ୍ଜିଲାରୀ ପୋଲିସ ଫେ।ର୍ସରେ ଯୋଗ ଦେଇଥିବା କନେଷ୍ଟବଳଙ୍କ ଦୀକ୍ଷାନ୍ତ ପରେଡ ଅନୁଷ୍ଠିତ ହୋଇଛି। ଏଥିରେ ଫେ।ର୍ସରେ ଯୋଗ ଦେଇଥିବା ସମସ୍ତ ୫୦୨ କନେଷ୍ଟବଳ ଅଂଶ ଗ୍ରହଣ କରିଥିଲେ। ଏମାନଙ୍କୁ ରାଜ୍ୟର ବିଭିନ୍ନ ନକ୍ସଲ ପ୍ରବଣ ଅଞ୍ଚଳରେ ମୁତୟନ କରାଯିବ। ଏମାନଙ୍କୁ ୬ ମାସର ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ବନ୍ଧୁକ ଚାଳନା, ବୋମା ନିଷ୍କ୍ରିୟ କରିବା, ଭିଆଇପି ସୁରକ୍ଷା, ଉଦ୍ଧାର କାର୍ଯ୍ୟ ସହ ଆଇପିସି ଏବଂ ସିଆରପିସି ସମ୍ୱନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us