Advertisment

ଗୁରୁ ଦେଲେ ମଥାରେ ସିନ୍ଦୁର, କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକ(ଓଡ଼ିଶା ରିପୋର୍ଟର): ନନା ସାବିତ୍ରୀ ବ୍ରତ ବହି ବୋଲି ବିଧିବିଧାନ ମୁତାବକ ପୂଜା କଲେ। ପରେ ଜଣଙ୍କ ପରେ ଜଣେ କିନ୍ନରଙ୍କ ମଥାରେ ସିନ୍ଦୁର ଦେଲେ ଗୁରୁ। ଭଦ୍ରକ ସହରର ଚରମ୍ପା ଠାରେ କିନ୍ନରମାନେ ଏଭଳି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହି ଗୁରୁ ମଧ୍ୟ ଥିଲେ ଜଣେ କିନ୍ନର। ଜଣଙ୍କ ପରେ ଜଣେ ଶିଷ୍ୟ ସାଧବା ବେଶରେ ଆସି ଗୁରୁଙ୍କୁ ଧୂପଦୀପ ଦେଇ ପୂଜା କରିଥିଲେ। ଗୋଡ଼ ଧୋଇ ପାଦୋଦକ ପାନ କରିଥିଲେ। ଗୁରୁ ଏହା […]

ଅଦ୍ୟତନ ହୋଇଛି
ଗୁରୁ ଦେଲେ ମଥାରେ ସିନ୍ଦୁର, କିନ୍ନର ପାଳିଲେ ସାବିତ୍ରୀ ବ୍ରତ

Sabitri

Advertisment

ଭଦ୍ରକ(ଓଡ଼ିଶା ରିପୋର୍ଟର): ନନା ସାବିତ୍ରୀ ବ୍ରତ ବହି ବୋଲି ବିଧିବିଧାନ ମୁତାବକ ପୂଜା କଲେ। ପରେ ଜଣଙ୍କ ପରେ ଜଣେ କିନ୍ନରଙ୍କ ମଥାରେ ସିନ୍ଦୁର ଦେଲେ ଗୁରୁ। ଭଦ୍ରକ ସହରର ଚରମ୍ପା ଠାରେ କିନ୍ନରମାନେ ଏଭଳି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହି ଗୁରୁ ମଧ୍ୟ ଥିଲେ ଜଣେ କିନ୍ନର। ଜଣଙ୍କ ପରେ ଜଣେ ଶିଷ୍ୟ ସାଧବା ବେଶରେ ଆସି ଗୁରୁଙ୍କୁ ଧୂପଦୀପ ଦେଇ ପୂଜା କରିଥିଲେ। ଗୋଡ଼ ଧୋଇ ପାଦୋଦକ ପାନ କରିଥିଲେ। ଗୁରୁ ଏହା ପରେ ଶିଷ୍ୟଙ୍କୁ ଶାଢ଼ି, ଶଙ୍ଖା, ସିନ୍ଦୁର ସହ ଆଶୀର୍ବାଦ ଦେଇଥିଲେ।

Advertisment

ଏନେଇ କିନ୍ନର ଶ୍ରୀୟା କିନ୍ନର କହିଛନ୍ତି, ସାବିତ୍ରୀ ବ୍ରତ ହେଉଛି ସ୍ୱାମୀଙ୍କ ପାଇଁ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାଧବା ପାଳନ୍ତି ସାବିତ୍ରୀ ବ୍ରତ । ସେମାନଙ୍କ ନିମନ୍ତେ ତାଙ୍କ ଗୁରୁ ହିଁ ସ୍ୱାମୀ। ତାଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସେମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏଥିନିମନ୍ତେ କିନ୍ନର ଶିଷ୍ୟ ବା ଚେଲାମାନେ ଏକାଠି ହୋଇଥିଲେ। ଗୁରୁଙ୍କ ପାଇଁ ବ୍ରତ ରଖିଥିଲେ। ନିର୍ଜଳ ଉପବାସ କରି ନୂଆ ଲୁଗା ପିନ୍ଧି ପୂଜାରେ ବସିଥିଲେ। ସାବିତ୍ରୀ ଠାକୁରାଣୀଙ୍କ ନିକଟରେ ନୂଆ ଲୁଗା, ଶଙ୍ଖା, ସିନ୍ଦୁର ଓ ଅଳତାକୁ ପୂଜା କରିଥିଲେ। ମା ସାବିତ୍ରୀଙ୍କ ପୂଜା ଓ ହୋମ ସରିବା ପରେ ଏକାଠି ହୋଇ କିନ୍ନରମାନେ ହୁଳହୁଳି ଦେଇ ଗୁରୁଙ୍କ ପାଦ ଧୋଇ ବନ୍ଦାପନା କରିଥିଲେ। ପରେ ଗୁରୁ ଚେଲାଙ୍କୁ ନୂଆ ଲୁଗା ଦେଇଥିଲେ ଏବଂ ତାଙ୍କ ମଥାରେ ସିନ୍ଦୁର ପିନ୍ଧାଇଦେଇଥିଲେ। ଚେଲାମାନେ ଗୁରୁଙ୍କ ପାଦୁକା ପାଇବା ପରେ ବ୍ରତ ସମାପନ କରିଥିଲେ। ଦୀର୍ଘବର୍ଷ ହେବ କିନ୍ନରଙ୍କ ଏହି ବିଶ୍ୱାସ ସହ ବ୍ରତ ପାଳନ ହେଉଛି।

କିନ୍ନର ଗୁରୁ ଶ୍ରାବଣୀ କିନ୍ନର କହିଛନ୍ତି, ଏଭଳି ନିଆର ପୂଜାଚର୍ଚ୍ଚା ଦୀର୍ଘଦିନ ଧରି ପାଳନ ହୋଇଆସୁଛି। ପୂଜକ କହିଛନ୍ତି ଯେ, ସାବିତ୍ରୀ ପୂଜା ବିଧି ସମାନ, କିନ୍ତୁ ପରମ୍ପରା ଅଲଗା । ଏଠାରେ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe