Advertisment

ଶୁକ୍ରବାର ସକାଳ ୧୦ରୁ ୧୨ଟା ଯାଏ ହେବ କରୋନା ଟିକା ଡ୍ରାଏରନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍‌ ହେବ। ସବୁ ଜିଲ୍ଲା ଓ ମ୍ୟୁୟନିସିପାଲିଟି ଅଞ୍ଚଳରେ ହେବ ଡ୍ରାଏରନ। ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲ ଓ ମେଡିକାଲ କଲେଜରେ ହେବ ଡ୍ରାଏରନ। ଏନେଇ ସମସ୍ତ ଜିଲ୍ଲାପାଳ, ପୌର କର୍ତ୍ତୃପକ୍ଷ ଓ CDMOଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଆସନ୍ତା ୧୩ ତାରିଖରୁ ସମଗ୍ର ଭାରତରେ କରୋନା […]

author-image
Manoranjan Sial
ଅଦ୍ୟତନ ହୋଇଛି
ପ୍ରଥମ ଦିନ ଟିକାକରଣ ଶେଷ: ଓଡ଼ିଶାରେ ୮୪%

covid

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍‌ ହେବ। ସବୁ ଜିଲ୍ଲା ଓ ମ୍ୟୁୟନିସିପାଲିଟି ଅଞ୍ଚଳରେ ହେବ ଡ୍ରାଏରନ। ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲ ଓ ମେଡିକାଲ କଲେଜରେ ହେବ ଡ୍ରାଏରନ। ଏନେଇ ସମସ୍ତ ଜିଲ୍ଲାପାଳ, ପୌର କର୍ତ୍ତୃପକ୍ଷ ଓ CDMOଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

Advertisment

ଆସନ୍ତା ୧୩ ତାରିଖରୁ ସମଗ୍ର ଭାରତରେ କରୋନା ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି। ତା’ ପୂର୍ବରୁ କରୋନା ଟିକାର ଡ୍ରାଏରନ କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ। ଏହା ପରଠାରୁ ରାଜ୍ୟରେ ଘନଘନ ବୈଠକ ବସୁଛି। ଏପରିକି ଡ୍ରାଏରନ୍‌ କରିବାକୁ ନିଷ୍ପତ୍ତି ହୋଇଛି।

ଡ୍ରାଏରନ ବେଳେ ପ୍ରତି ଟିକାକରଣ କେନ୍ଦ୍ରରେ ୨୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକୃତ କରୋନା ଟିକାକରଣ ବେଳେ କେମିତି ସବୁ ବ୍ୟବସ୍ଥା ରହିବ, ତା’କୁ ଏହି ଡ୍ରାଏରନ ସମୟରେ ଯାଞ୍ଚ କରାଯାଇଥାଏ। ଟିକାକେନ୍ଦ୍ରଠାରୁ ଆରମ୍ଭ କରି ପଞ୍ଜୀକରଣ, ଟିକାର ସଂରକ୍ଷଣ ଓ ନେବା ଆଣିବା ଆଦି ସମସ୍ତ ବିଷୟକୁ ଭଲ ଭାବେ ଯାଞ୍ଚ କରିବା ପାଇଁ ସରକାର ଡ୍ରାଏରନ କାର୍ଯ୍ୟକ୍ରମ କରୁଛନ୍ତି।

Advertisment

ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ତା’କୁ ଏହି ଡ୍ରାଏରନ ସମୟରେ ନିଶ୍ଚିତ କରାଯାଇ ଥାଏ।ଡ୍ରାଏ ରନ୍‌ ବେଳେ କାହାକୁ ଟିକା ଦିଆଯିବ ନାହିଁ। କେବଳ ଟିକାକରଣର ପ୍ରକ୍ରିୟାକୁ ଯାଞ୍ଚ କରାଯାଇଥାଏ।