Advertisment

୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଆଉ ୫ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ନୂଆ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ି ନ ଥିବା ବେଳେ ସରକାର ୧୦୩ ନମ୍ୱର ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ସୂଚନା ଦେଇଛନ୍ତି ସରକାର । ଏହି ଆକ୍ରାନ୍ତଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ନାଲାରୋଡ୍‌ ଅଞ୍ଚଳର ଜଣେ ୬୦ […]

୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦେଲେ ସରକାର

rkl

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଆଉ ୫ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି।

Advertisment

ନୂଆ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ି ନ ଥିବା ବେଳେ ସରକାର ୧୦୩ ନମ୍ୱର ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ସୂଚନା ଦେଇଛନ୍ତି ସରକାର । ଏହି ଆକ୍ରାନ୍ତଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ନାଲାରୋଡ୍‌ ଅଞ୍ଚଳର ଜଣେ ୬୦ ବର୍ଷୀୟ ବୃଦ୍ଧ।

ଦେଶରେ ଲକ୍ଡ଼ାଉନ ଜାରି ହେବା ପରେ ସେ ଗତ ୨୨ ମାର୍ଚ୍ଚରୁ  ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ଗତ ୨୧ ତାରିଖରେ ତାଙ୍କ ନିକଟରେ ସାଧାରଣ ଥଣ୍ଡାର ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ସେ ରାଉରକେଲାରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ ।

Advertisment

ଗତ ୨୩ ତାରିଖରେ ରାଉରକେଲାସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲର ଆଇସୋସେଲନ ଓ୍ୱାର୍ଡରେ ତାଙ୍କୁ ରଖାଯାଇଥିଲା । ଗତ ୨୫ ତାରିଖରେ ତାଙ୍କର ନମୁନା ପଜିଟିଭ ପରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ତେବେ ସେ କିପରି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।

ସୂଚନା ଯୋଗ୍ୟ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୨ ଜଣ ବିଶ୍ରା ବ୍ଲକ୍ ଅନ୍ତର୍ଗତ ଗୁଡ଼ଗୁଡ଼ଜୋର ବାସିନ୍ଦା। ଆଉ ଜଣେ ଥିଲେ ରାଉରକେଲାର ନାଲାରୋଡ୍‌ରୁ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe