Advertisment

ଷ୍ଟ୍ରେଚରରେ ବୋହି ଆଣୁଥିଲେ, ମଝି ଜଙ୍ଗଲରେ ପ୍ରସବ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଜନନୀ ଭୋଗିଛି ନାହିଁ ନ ଥିବା ଯନ୍ତ୍ରଣା। ଆଦିବାସୀ ଅଧ୍ୟୁଷିତ ଗାଁକୁ ରାସ୍ତା ନ ଥିବାରୁ ତାଙ୍କ ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ବହୁ କିଲୋମିଟର ଜଙ୍ଗଲ ଓ ପାହାଡ଼ ଘେରା ପାଦଚଲା ରାସ୍ତାରେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ବୋହି ଆଣୁଥିଲେ। ହେଲେ ଠିକ୍ ଅଧବାଟ ଆସିଛନ୍ତି, ଜଙ୍ଗଲ ମଝିରେ ଗର୍ଭ ଯନ୍ତ୍ରଣା ସହି ନ ପାରି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ମହିଳା। ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସାରିଝଲା […]

ଅଦ୍ୟତନ ହୋଇଛି
ଷ୍ଟ୍ରେଚରରେ ବୋହି ଆଣୁଥିଲେ, ମଝି ଜଙ୍ଗଲରେ ପ୍ରସବ

Untitled-2

Advertisment

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଜନନୀ ଭୋଗିଛି ନାହିଁ ନ ଥିବା ଯନ୍ତ୍ରଣା। ଆଦିବାସୀ ଅଧ୍ୟୁଷିତ ଗାଁକୁ ରାସ୍ତା ନ ଥିବାରୁ ତାଙ୍କ ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ବହୁ କିଲୋମିଟର ଜଙ୍ଗଲ ଓ ପାହାଡ଼ ଘେରା ପାଦଚଲା ରାସ୍ତାରେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ବୋହି ଆଣୁଥିଲେ। ହେଲେ ଠିକ୍ ଅଧବାଟ ଆସିଛନ୍ତି, ଜଙ୍ଗଲ ମଝିରେ ଗର୍ଭ ଯନ୍ତ୍ରଣା ସହି ନ ପାରି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ମହିଳା। ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସାରିଝଲା ଗ୍ରାମରେ ଘଟିଛି ଏହି ଘଟଣା। ଜୀବନପ୍ରତି ବିପଦ ଥିଲେ ହେଁ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚି ନ ପାରି ଏହି ଗ୍ରାମର ଡିକଚି କାଡ୍ରାକାଙ୍କ ପ୍ରସବ ଜଙ୍ଗଲ ଭିତରେ ହୋଇଛି। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରତି ଗାଁକୁ ରାସ୍ତା ଓ ପାଣି, ପ୍ରତି କଚ୍ଚାଘରକୁ ପକ୍କାଘର ଓ ପ୍ରତି ଜନନୀଙ୍କ ପ୍ରସବ ଡାକ୍ତରଖାନାରେ କରାଇବା ନିମନ୍ତେ ସରକାରଙ୍କ ଘୋଷଣା ଏଠାରେ ମୂଲ୍ୟହୀନ ହୋଇଛି।

Advertisment

ସୂଚନା ମୁତାବକ, ଡିକଚିଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଆସିବାକୁ କହିଥିଲେ। କିନ୍ତୁ ଉକ୍ତ ଗ୍ରାମଟି ନିୟମଗିରି ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଗାଁକୁ ପହଞ୍ଚି ପାରି ନ ଥିଲା ଆମ୍ବୁଲାନ୍ସ।

ଆମ୍ବୁଲାନ୍ସର ଡ୍ରାଇଭର ଉମାକାନ୍ତ ଦଳପତି, ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା ଓ ହେଲ୍ପର ମେଡ଼ି ବାବୁନି ମୁଖ୍ୟ ରାସ୍ତାରେ ଗାଡ଼ି ରଖି ଜଙ୍ଗଲ, ପାହାଡ଼ ଘେରା ୨ କିଲୋମିଟର ଚଲା ବାଟରେ ଚାଲିଚାଲି ଡିକଚିଙ୍କ ଘରେ ପହଞ୍ଚି ଥିଲେ। ସେଠାରୁ ଷ୍ଟ୍ରେଚରରେ ପ୍ରସୂତିଙ୍କୁ ଧରି ବାହାରିଥିଲେ। ପଦଚଲା ରାସ୍ତାରେ ବହୁ କଷ୍ଟ ସହି ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେଲେ ଠିକ୍ ଅଧବାଟରେ ଗର୍ଭବେଦନା ସହି ନ ପାରି ମହିଳା ଶିଶୁ ଜନ୍ମ ଦେଇଥିଲେ। ସେଠାରୁ ଷ୍ଟ୍ରେଚରରେ ମା’ ଓ ଶିଶୁଙ୍କୁ ଧରି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଏହି କର୍ମଚାରୀମାନେ।

Advertisment

ପରେ ସେମାନଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ମା ଓ ନବଜାତ ଚିକିତ୍ସିତ ଥିବା ସୂଚନା ମିଳିଛି। ସ୍ୱାଧୀନତାର ଦୀର୍ଘ  ୭୫ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସବୁ ଗାଁକୁ ରାସ୍ତା କରିବାରେ ସରକାର ଫେଲ ମାରିଛନ୍ତି। ଫଳରେ ଏଭଳି ଅନେକ ମା’ ଓ ଶିଶୁଙ୍କ ଜୀବନ ବିପଦରେ ପଡ଼ୁଛି।

Medical Negligence Govt. Failures
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe