କୋରାପୁଟ (ସୂର୍ଯ୍ୟ ପଣ୍ଡା): କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଲୋକେ ଘରୁ ବାହାରିଲେ ମାସ୍କ ପିନ୍ଧି ବାହାରୁଛନ୍ତି। କିଏ କପଡ଼ାରେ ତିଆରି ମାସ୍କ ପିନ୍ଧୁଛି ତ ଆଉ କିଏ ଉଚ୍ଚ ମାନର ଓ ଉଚ୍ଚ ଦରର ମାସ୍କ ବ୍ୟବହାର କରୁଛନ୍ତି। ହେଲେ କୋରାପୁଟ ଜିଲ୍ଲା ମହାଦେଇପୁଟ ପଞ୍ଚାୟତର ଲିଟିଗୁଡା ଗାଁ ଲୋକେ କେନ୍ଦୁ, ଶାଳ ଓ ଶିଆଳି ପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି। ଏବେ ଗାଁରେ ଏମ୍ଏନ୍ଆର୍ଇଜିଏସ୍ ଯୋଜନାରେ କାମ ଚାଲିଥିବାରୁ ସେମାନେ ଏହି ମାସ୍କ ପିନ୍ଧି କାମ କରୁଥିବା ଦେଖିବାକୁ ମିଳିଛି।
ଏନେଇ ଗାଁର ସୁବାସ ନାୟକ କହିଛନ୍ତି, “ଆମେ ଦୁଇ ତିନୋଟି ମାସ୍କ କିଣି ବ୍ୟବହାର କରୁଥିଲୁ। ହେଲେ ଏହା ଶୀଘ୍ର ମଇଳା ହୋଇଗଲା। ତେଣୁ ଆମେ ଗାଁ ଲୋକେ ପତ୍ରରେ ମାସ୍କ ତିଆରି କରିବାକୁ ଚିନ୍ତା କଲୁ। ଆଉ ପତ୍ରରେ ମାସ୍କ ତିଆରି କରି ପିନ୍ଧୁଛୁ। ଏହି ମାସ୍କ ପିନ୍ଧିଲେ ଭଲ ଲାଗୁଛି। ଏଥିସହ ସରକାରଙ୍କ ସବୁ ନିୟମ ପାଳନ କରୁଛୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। 'ଭୂତି ଭକ୍ତି ବିଭୂତି' ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।
Accident
ଆଖି ପିଛୁଳାକେ ଲାଗିଲା ନିଆଁ; ଜଳିଗଲା ସାବୁନ ଫ୍ୟାକ୍ଟ୍ରି
ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
Crime
ବାଲି ମାଫିଆଙ୍କ ଗୁଣ୍ଡାରାଜ; ଆଇଆଇସିଙ୍କୁ ପିଟିଲେ, ଗାଡ଼ି ଭାଙ୍ଗିଲେ
ଆଇଆଇସିଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି।
Miscellaneous
ସିବିଆଇ ସହ ଲୁଚକାଳି ଖେଳ; ଭୁବନେଶ୍ୱରରେ ହାଜର ନ ହୋଇ ଦିଲ୍ଲୀରେ ବସିଥିଲେ ବିଷ୍ଣୁପଦ ସେଠୀ
ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିଲେ।
Accident
ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ
ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା।