ରାଉରକେଲା ଓ ବଣାଇ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା  ଦାବିକୁ ବିରୋଧ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ରାଉରକେଲା ଓ ବଣାଇକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ଏହାକୁ ନେଇରାଉରକେଲାରେ ସୁନ୍ଦରଗଡ଼ ମୂଳ ଆଦିବାସୀ ବଞ୍ଚାଅ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି। ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଅସ୍ତ୍ରଶସ୍ତ୍ର ଧରି ବିଶ୍ରା ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ନିକଟରେ ପହଞ୍ଚଥିଲେ।ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ଏକ ଅନୁସୂଚିତ ଅଞ୍ଚଳ ହୋଇଥିବାରୁ ରାଉରକେଲା ଓ ବଣାଇକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଆଇନ୍‌ […]

rkl

Rakesh Mallick
  • Published: Tuesday, 22 January 2019
  • , Updated: 22 January 2019, 10:33 PM IST

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ରାଉରକେଲା ଓ ବଣାଇକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ଏହାକୁ ନେଇରାଉରକେଲାରେ ସୁନ୍ଦରଗଡ଼ ମୂଳ ଆଦିବାସୀ ବଞ୍ଚାଅ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି।

ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଅସ୍ତ୍ରଶସ୍ତ୍ର ଧରି ବିଶ୍ରା ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ନିକଟରେ ପହଞ୍ଚଥିଲେ।ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ଏକ ଅନୁସୂଚିତ ଅଞ୍ଚଳ ହୋଇଥିବାରୁ ରାଉରକେଲା ଓ ବଣାଇକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଆଇନ୍‌ ବିରୋଧୀ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

https://youtu.be/nm3lDAYzL28

Related story