Advertisment

ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା

ବିନିକା( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ମୃତକମାନେ ହେଲେ ବୁଲୁ ଭୋଇ(୬୫),  ତାଙ୍କ ସ୍ତ୍ରୀ  ବଇଦେହି ଭୋଇ (୫୫) ଓ ପୁଅ  ଶିବ ଭୋଇ (୨୫)। ଗତକାଲି ରାତିରେ କେହି ଦୁର୍ବୃତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତଦେହ ଘର ବାହାରେ ପଡ଼ିଥିବା […]

ଅଦ୍ୟତନ ହୋଇଛି
ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା

binika

Advertisment

ବିନିକା( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ମୃତକମାନେ ହେଲେ ବୁଲୁ ଭୋଇ(୬୫),  ତାଙ୍କ ସ୍ତ୍ରୀ  ବଇଦେହି ଭୋଇ (୫୫) ଓ ପୁଅ  ଶିବ ଭୋଇ (୨୫)।

Advertisment

ଗତକାଲି ରାତିରେ କେହି ଦୁର୍ବୃତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତଦେହ ଘର ବାହାରେ ପଡ଼ିଥିବା ବେଳେ ତାଙ୍କ ବାପା ଓ ମାଆଙ୍କ ମୃତଦେହ  ଘର ଭିତରେ ପଡ଼ି ରହିଛି। ଆଜି ସକାଳେ ଶିବ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ବୁଲୁ ଭୋଇଙ୍କ ଦୁଇଟି ଝିଅ  ବାହା ହୋଇ ଯାଇଥିବା ବେଳେ ସାନ ପୁଅ ଶଙ୍କର ଭୋଇ ତାମିଲନାଡୁରେ କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe