Advertisment

ସକାଳୁ ସକାଳୁ ରାସ୍ତାରେ ଓଲଟି ପଡ଼ିଲା ଶୁଖୁଆ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ସାପ୍ତାହିକ ହାଟକୁ ଯାଉଥିଲେ। ସକାଳୁ ସକାଳୁ ରାସ୍ତାରେ ଓଲଟି ପଡ଼ିଲା ଶୁଖୁଆ ବୋଝେଇ ଟ୍ରକ୍‌। ୮ ଜଣ ମହିଳା ଶୁଖୁଆ ବ୍ୟବସାୟୀ ଆହତ ହୋଇଥିବା ବେଳେ ରାସ୍ତାରେ ଛିନ୍‌ଛତ୍ର ହୋଇ ପଡ଼ିଛି ଶୁଖୁଆ। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି। ପୁରୀ ପେଣ୍ଠକଟା ଅଞ୍ଚଳର ୮ ଜଣ ମହିଳା ଶୁଖୁଆ ବ୍ୟବସାୟୀ ଏକ ମିନି ଟ୍ରକ୍‌ରେ ଶୁଖୁଆ […]

author-image
Manoranjan Sial
ଅଦ୍ୟତନ ହୋଇଛି
ସକାଳୁ ସକାଳୁ ରାସ୍ତାରେ ଓଲଟି ପଡ଼ିଲା ଶୁଖୁଆ ବୋଝେଇ ଟ୍ରକ୍‌

Khallikot

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ସାପ୍ତାହିକ ହାଟକୁ ଯାଉଥିଲେ। ସକାଳୁ ସକାଳୁ ରାସ୍ତାରେ ଓଲଟି ପଡ଼ିଲା ଶୁଖୁଆ ବୋଝେଇ ଟ୍ରକ୍‌। ୮ ଜଣ ମହିଳା ଶୁଖୁଆ ବ୍ୟବସାୟୀ ଆହତ ହୋଇଥିବା ବେଳେ ରାସ୍ତାରେ ଛିନ୍‌ଛତ୍ର ହୋଇ ପଡ଼ିଛି ଶୁଖୁଆ। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

ପୁରୀ ପେଣ୍ଠକଟା ଅଞ୍ଚଳର ୮ ଜଣ ମହିଳା ଶୁଖୁଆ ବ୍ୟବସାୟୀ ଏକ ମିନି ଟ୍ରକ୍‌ରେ ଶୁଖୁଆ ବୋଝେଇ କରି ହୁମ୍ମା ସାପ୍ତାହିକ ହାଟକୁ ଯାଉଥିଲେ। ତେବେ ଶନିବାର ଭୋର ପ୍ରାୟ ୫ଟା ବେଳେ ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ୱର ନିକଟରେ ଡିଭାଇଡରରେ ପିଟି ହୋଇଯାଇଥିଲା। ଯାହାଫଳରେ ମିନି ଟ୍ରକ୍‌ଟି ରାସ୍ତାରେ ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥିବା ସବୁ ଶୁଖୁଆ ଢ଼ାଳି ହୋଇ ଯାଇଥିବା ବେଳେ ୮ଜଣ ମହିଳା ଗୁରୁତର ଆହତ ହୋଇଥିଲେ।

ଭେଜିପୁଟ ଫାଣ୍ତି ପୁଲିସ ଓ ଅଗ୍ନିଶମ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଶୁଖିଆ ବ୍ୟବସାୟୀଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଭିତରୁ ସି. ଗୁଡଲି, ଆର୍‌.କାସିଆମ୍ମା, ଜି.ଯୋଗଲାମ୍ମା ଓ ୟାନା ସମ୍ପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଟ୍ରକ୍‌ ଡ୍ରାଇଭର ବାସପଲ୍ଲି ପ୍ରସାଦ ସୁରକ୍ଷିତ ରହିଛି।

Advertisment