Advertisment

ବରଯାତ୍ରୀ ପାର୍ଟିଙ୍କୁ ନେଇ ଫେରୁଥିଲା ବୋଲେରୋ, ପିଟିଦେଲା ଟ୍ରକ୍‌

ସୋନପୁର (ରବୀନ୍ଦ୍ର କୁମାର ହୋତା): ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କି ନିକଟରେ ଆଜି ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁର ଏକ ବରଯାତ୍ରୀ ପାର୍ଟିର କିଛି […]

ଅଦ୍ୟତନ ହୋଇଛି
ବରଯାତ୍ରୀ ପାର୍ଟିଙ୍କୁ ନେଇ ଫେରୁଥିଲା ବୋଲେରୋ, ପିଟିଦେଲା ଟ୍ରକ୍‌

Accident

Advertisment

ସୋନପୁର (ରବୀନ୍ଦ୍ର କୁମାର ହୋତା): ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କି ନିକଟରେ ଆଜି ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁର ଏକ ବରଯାତ୍ରୀ ପାର୍ଟିର କିଛି ଲୋକ ବୋଲେରୋ ଯୋଗେ ପାଟଣାଗଡ଼ ଯାଇଥିଲେ। ବାହାଘର ସାରି ସେମାନେ ବିଳମ୍ବିତ ରାତିରେ ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଭୋର ସମୟରେ ବଡ଼ଝିଙ୍କିଠାରେ ଏକ ଚାଉଳ ବୋଝେଇ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରମାନଙ୍କୁ ମେଡିକାଲ ସ୍ଥାନାନ୍ତର କରିଛି।

Advertisment

ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe