Advertisment

ରାସ୍ତା ଉପରେ ଜଳିଗଲା ଟ୍ରକ୍‌; ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ଅନୁଗୋଳ(ବିରଜା ଦାସ): ଜାତୀୟ ରାଜପଥରେ ଚଳନ୍ତା ଟ୍ରକ୍‌ରେ ଲାଗିଗଲା ନିଆଁ। ତେବେ ଠିକ୍ ସମୟରେ ଓହ୍ଲାଇ ପଡ଼ିବାରୁ ବଞ୍ଚିଗଲେ ଡ୍ରାଇଭର। ଏଭଳି ଏକ ଅଘଟଣ ଆଜି ଦେଖିବାକୁ ମିଳିଥିଲା  ଅନୁଗୋଳ ଥାନା ଅନ୍ତର୍ଗତ ପଞ୍ଚମହଲା ନିକଟରେ। ଆଜି ଭୋର ପ୍ରାୟ ୫ଟା ସମୟରେ ୫୫ ନମ୍ବର ଜାତୀୟ ରାଜପଥରେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା OD04K5400 ନମ୍ବର ବିଶିଷ୍ଟ ଟ୍ରକ୍‌ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ପୂରା ଟ୍ରକ୍‌କୁ ନିଜ କବଜାକୁ ନେଇ […]

author-image
Rajalaxmi Sahu
ରାସ୍ତା ଉପରେ ଜଳିଗଲା ଟ୍ରକ୍‌; ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

truck1

ଅନୁଗୋଳ(ବିରଜା ଦାସ): ଜାତୀୟ ରାଜପଥରେ ଚଳନ୍ତା ଟ୍ରକ୍‌ରେ ଲାଗିଗଲା ନିଆଁ। ତେବେ ଠିକ୍ ସମୟରେ ଓହ୍ଲାଇ ପଡ଼ିବାରୁ ବଞ୍ଚିଗଲେ ଡ୍ରାଇଭର। ଏଭଳି ଏକ ଅଘଟଣ ଆଜି ଦେଖିବାକୁ ମିଳିଥିଲା  ଅନୁଗୋଳ ଥାନା ଅନ୍ତର୍ଗତ ପଞ୍ଚମହଲା ନିକଟରେ।

Advertisment

ଆଜି ଭୋର ପ୍ରାୟ ୫ଟା ସମୟରେ ୫୫ ନମ୍ବର ଜାତୀୟ ରାଜପଥରେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା OD04K5400 ନମ୍ବର ବିଶିଷ୍ଟ ଟ୍ରକ୍‌ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ପୂରା ଟ୍ରକ୍‌କୁ ନିଜ କବଜାକୁ ନେଇ ଯାଇଥିଲା।

ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ନିଆଁକୁ ଲିଭାଇଥିଲା। ଟ୍ରକ୍‌ଟିରେ ନିଆଁ ଲାଗି ଯିବା ଯୋଗୁ କିଛି ସମୟ ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ନିଆଁକୁ ଆୟତ୍ତ କରାଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

truck12ଟ୍ରକ୍‌ରେ କ୍ଷତିକାରକ ବର୍ଜ୍ୟବସ୍ତୁ ଯାଉଥିଲା। ତେବେ ଏହା କେଉଁ ସଂସ୍ଥାର ବର୍ଜ୍ୟଵସ୍ତୁ ଏବଂ ଏହା କେଉଁଆଡ଼େ ଯାଉଥିଲା, ତାହା ସ୍ପଷ୍ଟ ହୋଇପାରିନି।

ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଟ୍ରକ୍‌ଟି ଅନ୍ୟ ଏକ ଗାଡିକୁ ଧକ୍କା ଦେବା ପରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।