Advertisment

ଟ୍ରକ୍‌କୁ ପିଟିଦେଲା ଅଜଣା ଗାଡ଼ି, ଚାପି ହୋଇଗଲେ ଡ୍ରାଇଭର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ ର ଛତାମଖନା ଛକ ନିକଟରେ  ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ,  ଗତକାଲି ବିଳମ୍ୱିତ ରାତିରେ ଏକ ଲାଇନ୍‌ ଟ୍ରକ୍‌ ବଲାଙ୍ଗିରରୁ ବରଗଡ ଅଭିମୁଖେ ଯାଉଥିଲା । ଛତାମଖନାଠାରେ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡି ଉକ୍ତ ଟ୍ରକ୍‌ଟିକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ […]

ଅଦ୍ୟତନ ହୋଇଛି
ଟ୍ରକ୍‌କୁ ପିଟିଦେଲା ଅଜଣା ଗାଡ଼ି, ଚାପି ହୋଇଗଲେ ଡ୍ରାଇଭର

accident

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ ର ଛତାମଖନା ଛକ ନିକଟରେ  ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

Advertisment

ସୂଚନା ଅନୁଯାୟୀ,  ଗତକାଲି ବିଳମ୍ୱିତ ରାତିରେ ଏକ ଲାଇନ୍‌ ଟ୍ରକ୍‌ ବଲାଙ୍ଗିରରୁ ବରଗଡ ଅଭିମୁଖେ ଯାଉଥିଲା । ଛତାମଖନାଠାରେ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡି ଉକ୍ତ ଟ୍ରକ୍‌ଟିକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ର ସମ୍ମୁଖ ଅଂଶ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ତା’ ଭିତରେ ଚାପି ହୋଇ ଯାଇଥିଲେ।

ଖବର ପାଇ ଲୋଇସିଂହା ଏବଂ ବଲାଙ୍ଗିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ କଟର ସାହାଯ୍ୟରେ କ୍ୟାବିନକୁ କାଟି  ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗିର ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe