Advertisment

ଟ୍ରକ୍-ଡମ୍ଫର‌ ମୁହାଁମୁହିଁ ଧକ୍କା

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡ଼ିହି ନିକଟରେ ଏକ ଡମ୍ପର ଓ  ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ଟ୍ରକ୍‌ଟି ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏନେଇ ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ଵାରା ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା […]

ଟ୍ରକ୍-ଡମ୍ଫର‌ ମୁହାଁମୁହିଁ ଧକ୍କା

accident

Advertisment

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡ଼ିହି ନିକଟରେ ଏକ ଡମ୍ପର ଓ  ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ଟ୍ରକ୍‌ଟି ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏନେଇ ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ଵାରା ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଡମ୍ଫରଟି ଦୁଇ ଖଣ୍ଡ ହୋଇ ରାସ୍ତା କଡ଼ରେ ଥିବା ଏକ ଆମ୍ୱ ବଗିଚାରେ ପଶି ଯାଇଥିଲା। ତେବେ ଡମ୍ପର ଡ୍ରାଇଭରଙ୍କ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe