Advertisment

ବ୍ରିଜରୁ ୫୦ଫୁଟ୍‌ ତଳକୁ ଖସିପଡ଼ିଲା ଟ୍ରକ୍

କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ତୋଡା ବ୍ରିଜରେ ଆଜି ଭୋର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ତୋଡା ବ୍ରିଜରୁ ୫୦ଫୁଟ୍‌ ତଳକୁ ଖସି ପଡ଼ିବାରୁ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ  ରାଉରକେଲା ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ହେଲେ ଉକ୍ତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ଆଜି ଭୋର ସମୟରେ ଟ୍ରକ୍‌ଟି କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଅଭିମୁଖେ ଯାଉଥିଲା। ଏହି ସମୟରେ ତୋଡ଼ା ବ୍ରିଜ ନିକଟରେ […]

ଅଦ୍ୟତନ ହୋଇଛି
ବ୍ରିଜରୁ ୫୦ଫୁଟ୍‌ ତଳକୁ ଖସିପଡ଼ିଲା ଟ୍ରକ୍

accident

Advertisment

କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ତୋଡା ବ୍ରିଜରେ ଆଜି ଭୋର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ତୋଡା ବ୍ରିଜରୁ ୫୦ଫୁଟ୍‌ ତଳକୁ ଖସି ପଡ଼ିବାରୁ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ  ରାଉରକେଲା ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ହେଲେ ଉକ୍ତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ଭୋର ସମୟରେ ଟ୍ରକ୍‌ଟି କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଅଭିମୁଖେ ଯାଉଥିଲା। ଏହି ସମୟରେ ତୋଡ଼ା ବ୍ରିଜ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜର ୫୦ଫୁଟ୍‌କୁ ତଳକୁ ଖସି ପଡ଼ିଥିଲା। ଡ୍ରାଇଭର ଟ୍ରକ୍ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ତାଙ୍କୁ ଉଦ୍ଧାର କରି  ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, ଦୁଇ ସପ୍ତାହ ମଧ୍ୟରେ ଏହି ତୋଡ଼ା ବ୍ରିଜ ନିକଟରେ ଚାରୋଟି ଖଣି ବୋଝେଇ ଟ୍ରକ୍ ବ୍ରିଜ ତଳକୁ ଖସି ପଡ଼ିବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe