Advertisment

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌କୁ ଧକ୍କା ଦେଲା ଟ୍ରକ୍‌

ଜଳେଶ୍ୱର (ଅଜିତ୍ ଦାସ): ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ୬୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଭିମୁଖେ ଯାଉଥିଲା। ଦଣ୍ଡିକା ନିକଟରେ ଏକ ଟ୍ରକ୍‌ ବସ୍‌ଟିକୁ ପଛପଟୁ ଧକ୍କା ଦେଇଥିଲା। […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌କୁ ଧକ୍କା ଦେଲା ଟ୍ରକ୍‌

accident

ଜଳେଶ୍ୱର (ଅଜିତ୍ ଦାସ): ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ୬୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଭିମୁଖେ ଯାଉଥିଲା। ଦଣ୍ଡିକା ନିକଟରେ ଏକ ଟ୍ରକ୍‌ ବସ୍‌ଟିକୁ ପଛପଟୁ ଧକ୍କା ଦେଇଥିଲା। ଏହା ପରେ ବସ୍‌ଟି ଏହା ଆଗରେ ଥିବା ଏକ ଟ୍ରକ୍‌ରେ ଯାଇ ପିଟି ହୋଇଥିଲା।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲା। ବସ୍‌ରେ ୪୦ ଜଣ ପ୍ରବାସୀ ଥିଲେ।

Advertisment

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ବାଲେଶ୍ୱର ଜିଲ୍ଲାରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ବସ୍‌ଟି ରେମୁଣା ଥାନା ଅନ୍ତର୍ଗତ ମଙ୍ଗଳପୁର-ନୂଆଗାଁ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଥିଲେ। ବସ୍‌ଟିରେ ୩୦ ଜଣ ପ୍ରବାସୀ ଥିଲେ।