ଭବାନୀପାଟଣା(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଅଁଳା ପାଳି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଏକ ଘର ଉପରକୁ ଏକ ଟ୍ରକ୍ ମାଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତୁଳସୀ ପସାୟତ।
ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଗୋପାଳପୁରରୁ ରାୟପୁର ଅଭିମୁଖେ ଯାଉଥିଲା। ତେବେ ଅଁଳାପାଳି ଗାଁ ନିକଟରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା। ଫଳରେ ଘର ଭିତରେ ଥିବା ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ କାବୁ କରି ମାଡ଼ ମାରିଥିଲେ।
ଖବର ପାଇ ମଦନପୁର ରାମପୁର ପୁଲିସ୍ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛି। ତେବେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍ ଲୋକଙ୍କୁ ବୁଝାସୁଝା କରୁଛି। ଏହାସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ମହାନଦୀକୁ ଡେଇଁ ପଡ଼ିଲେ ଯୁବକ
ଆଜି ସକାଳେ ଯୁବକ ଜଣଙ୍କ ହଠାତ୍ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଥିଲେ।
Politics
ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଶା ପାଲଟିବ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ
ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Miscellaneous
ଆଜିଠୁ ଭକ୍ତଙ୍କ ପାଇଁ ପୁଣି ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ- ଆଜିଠୁ ୪ ଦ୍ୱାର ଦେଇ ସାଧାରଣ ଦର୍ଶନାର୍ଥୀ ପ୍ରବେଶ କରିବେ, କିନ୍ତୁ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ।
Miscellaneous
ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆନ୍ଦୋଳନ ମନା, ଆଉ ୬ମାସ ବଢ଼ିଲା ଏସ୍ମା ଅବଧି
ଓଡ଼ିଶା ଅତ୍ୟାବଶ୍ୟକ ସେବା(ମେଂଟେନାନ୍ସ) ଆକ୍ଟ-୧୯୮୮(ଓଡ଼ିଶା ଆକ୍ଟ ୯,୧୯୯୯) -ଏସମାର ଧାରା ୩(୩)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଏହି କଟକଣା ଅବଧିକୁ ନଭେମ୍ବର ୨୪ତାରିଖରୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।