ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ପି.ପି. କଲେଜ ଛକରେ ଏକ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରେ ପଶିଯାଇଛି। ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିରେ ହାଇୱାର ଡ୍ରାଇଭର ଓ ହେଲ୍ପର୍ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘରଟି ହେଉଛି ଡମ୍ବରୁଧର ସାହୁଙ୍କର।
ଆହତ ଡ୍ରାଇଭର ଓ ହେଲପର ହେଲେ ପ୍ରଭାତ ଏବଂ ପ୍ରମୋଦ। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ବେଳେ ଡମ୍ବରୁଧରଙ୍କ ପରିବାରର ୫ ଜଣ ସଦସ୍ୟ ଶୋଇଥିଲେ। ସୌଭାଗ୍ୟ ବଶତଃ ସେମାନଙ୍କର କୌଣସି କ୍ଷତି ହୋଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
୮ବର୍ଷ ପରେ ବି ଖଣି କମ୍ପାନୀ ଦେଇନାହାନ୍ତି ୨୭୨୦କୋଟି ଟଙ୍କା, ନିଲାମ ହେବ ଆଉ ୨୨ଖଣି
ବେଆଇନ ଖଣି କାରବାରରେ ଲିପ୍ତ ଥାଇ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଉପାର୍ଜନ କରିଥିବା ଖଣି କମ୍ପାନୀ ଓ ସେମାନଙ୍କର ପ୍ରମୋଟରଙ୍କଠୁ ଆବଶ୍ୟକ ଜୋରିମାନା ଟଙ୍କାକୁ ସୁଧ ସହ ଆଦାୟ କରିବା ନିମନ୍ତେ କାହିଁକି ସରକାର କଠୋର ଆଭିମୁଖ୍ୟ ପୋଷଣ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Politics
ମୁହଁ ଖୋଲୁନାହାନ୍ତି ନବୀନ: ୩ ଦିନ ଡ୍ରାମା ପରେ ବିଜେଡିର ୟୁ-ଟର୍ଣ୍ଣ, ଦମ୍ ଦେଖାଉଛି କଂଗ୍ରେସ
କଂଗ୍ରେସ ଗୁରୁବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି । ମାତ୍ର ବିଜେଡି ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା ।

Guest Column
ଅବହେଳା ଓ ଭ୍ରାନ୍ତି
ଏବେ ଏଇ ମାର୍ଚ୍ଚ ମାସର କ୍ୟାଲେଣ୍ଡରଟି ଓଲଟି ଏପ୍ରିଲ ହେବା ଭିତରେ ଆମେ ଦୁଇ ଦୁଇଟି ବଡ଼ ଐତିହାସିକ ଦିବସ ପାଳନ କରିବା। ସେଇ ସ୍ମୃତିରେ କେତେଥର ଶଙ୍ଖ ଫୁଙ୍କା ହୋଇଯିବ ଓ ତା'ପରେ ଆଉ ବର୍ଷଟିଏ ବିତିଯିବ ଗଭୀର ସୁସୁପ୍ତି ଭିତରେ, ପୁଣି ଆସନ୍ତା ବର୍ଷ କେଇ ଘଡ଼ି ଚେଇଁ ଆଉଥରେ ଶଙ୍ଖ ଫୁଙ୍କିବା ପର୍ଯ୍ୟନ୍ତ।

Politics
ଏସଏଚଜିଙ୍କୁ ସୁରକ୍ଷା ଦେଇ ଅଡ଼ୁଆରେ ୨୪ ସିଡିପିଓ: ସପ୍ତାହସୁଦ୍ଧା ସ୍ପଷ୍ଟୀକରଣ ଦିଅ,ନଚେତ୍ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ସିଡିପିଓଙ୍କୁ ଗତ ଦୁଇ ଦିନ ତଳେ କାରଣ ଦର୍ଶାଅ ନୋଟିସ୍ ଜାରି କରି କାହିଁକି ସ୍ପଷ୍ଟୀକରଣ ରଖିନାହିଁ ବୋଲି ପ୍ରଶ୍ନ କରିଛି ।

Politics
ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ: କଂଗ୍ରେସର ୧୨ ବିଧାୟକ ଏକକାଳୀନ ନିଲମ୍ବିତ, ମୁହାଁମୁହିଁ ସ୍ଥିତି
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଦିନଠୁ କଂଗ୍ରେସ ରାଜ୍ୟରେ ମହିଳା ନିର୍ଯାତନା ମାମଲା ବୃଦ୍ଧି ପାଉଥିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା । ବିଜେଡି ବିଧାୟକମାନେ ମଧ୍ୟ ପୋଷ୍ଟର ଧରି ପ୍ରତିବାଦ କରୁଛନ୍ତି । ମାତ୍ର କଂଗ୍ରେସ ବିଧାୟକମାନେ ଘଣ୍ଟ, ତୁରୀ ଓ ହୁଇସିଲ୍ ବଜାଇ ପ୍ରତିବାଦ କରି ଗୃହ କାର୍ଯ୍ୟରେ କ୍ରମାଗତ ବାଧା ସୃଷ୍ଟି କରୁଥିଲେ ।