accident
ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ପି.ପି. କଲେଜ ଛକରେ ଏକ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରେ ପଶିଯାଇଛି। ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିରେ ହାଇୱାର ଡ୍ରାଇଭର ଓ ହେଲ୍ପର୍ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘରଟି ହେଉଛି ଡମ୍ବରୁଧର ସାହୁଙ୍କର।
ଆହତ ଡ୍ରାଇଭର ଓ ହେଲପର ହେଲେ ପ୍ରଭାତ ଏବଂ ପ୍ରମୋଦ। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ବେଳେ ଡମ୍ବରୁଧରଙ୍କ ପରିବାରର ୫ ଜଣ ସଦସ୍ୟ ଶୋଇଥିଲେ। ସୌଭାଗ୍ୟ ବଶତଃ ସେମାନଙ୍କର କୌଣସି କ୍ଷତି ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/ac.jpg)