ବାଇକ୍‌ରେ ଯାଉଥିଲେ ଯୁବକଯୁବତୀ, ପିଟିଦେଲା ଟ୍ରକ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ବ୍ରିଜରେ ବୁଧବାର ସକାଳେ ଏକ  ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଧକ୍କାରେ ଆଖି ବୁଜିଛନ୍ତି ୨ ବାଇକ୍‌ ଆରୋହୀ। ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଉଭୟ ଯୁବକଯୁବତୀ ବାଇକ୍‌ରେ ଯାଉଥିବା ବେଳେ ରାଉରକେଲା ପଟୁ ଯାଉଥିବା ଏକ ଟ୍ୟାଙ୍କର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ବ୍ରିଜ ଉପରେ ଦୁର୍ଘଟଣା ହୋଇଥିବାରୁ ଦୀର୍ଘ […]

truck

Niharika Rout
  • Published: Wednesday, 24 February 2021
  • , Updated: 24 February 2021, 12:02 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ବ୍ରିଜରେ ବୁଧବାର ସକାଳେ ଏକ  ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଧକ୍କାରେ ଆଖି ବୁଜିଛନ୍ତି ୨ ବାଇକ୍‌ ଆରୋହୀ। ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଉଭୟ ଯୁବକଯୁବତୀ ବାଇକ୍‌ରେ ଯାଉଥିବା ବେଳେ ରାଉରକେଲା ପଟୁ ଯାଉଥିବା ଏକ ଟ୍ୟାଙ୍କର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।

ବ୍ରିଜ ଉପରେ ଦୁର୍ଘଟଣା ହୋଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ରିଜ ପରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।  ଜାମ ହୋଇ ଉଭୟ ପକ୍ଷରେ ବହୁ ଗାଡି ମଟର ଅଟକି ରହିଛି । ରଘୁନାଥ ପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛି । ମୃତକଦ୍ୱୟ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ଜଣାପଡ଼ିନି।

Related story