Advertisment

ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଜଣଙ୍କ ଜୀବନ ଗଲା

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ତଳନଗର ନିକଟରେ ଏକ ପ୍ଲାଷ୍ଟିକ୍‌ ସାମଗ୍ରୀ ବୋଝେଇ ହେଉଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଏକ କୋଇଲା ବୋଝେଇ ଟ୍ରକ୍‌। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ହୋଇଛି। ମୃତକଙ୍କ ନାଁ ତପନ ନାୟକ। ତାଙ୍କ ଘର ତଳନଗର ଅଞ୍ଚଳରେ। ସୂଚନାଅନୁସାରେ, ଗତ ସୋମବାର ତଳନଗର ନିକଟରେ ଏକ ପ୍ଲାଷ୍ଟିକ୍‌ ସାମଗ୍ରୀ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି […]

ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଜଣଙ୍କ ଜୀବନ ଗଲା

accident

Advertisment

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ତଳନଗର ନିକଟରେ ଏକ ପ୍ଲାଷ୍ଟିକ୍‌ ସାମଗ୍ରୀ ବୋଝେଇ ହେଉଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଏକ କୋଇଲା ବୋଝେଇ ଟ୍ରକ୍‌। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ହୋଇଛି। ମୃତକଙ୍କ ନାଁ ତପନ ନାୟକ। ତାଙ୍କ ଘର ତଳନଗର ଅଞ୍ଚଳରେ।

Advertisment

ସୂଚନାଅନୁସାରେ, ଗତ ସୋମବାର ତଳନଗର ନିକଟରେ ଏକ ପ୍ଲାଷ୍ଟିକ୍‌ ସାମଗ୍ରୀ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେଣୁ ଗତକାଲି ସେହି ଟ୍ରକ୍‌ରୁ ଆଉ ଏକ ଟ୍ରକ୍‌କୁ ପ୍ଲାଷ୍ଟିକ୍ ସାମଗ୍ରୀ ଲୋଡ୍‌ ହେଉଥିଲା।

ରାତି ପ୍ରାୟ ୯ଟା ବେଳେ ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ପ୍ଲାଷ୍ଟିକ୍‌ ସାମଗ୍ରୀ ଲୋଡ୍‌ ହେଉଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ  ତପନ ନାୟକଙ୍କ ମୃତ୍ୟୁ ଘଟିଥିଲା।

Advertisment

ଖବର ପାଇ ସୋର ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ୧୧ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe