ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକ୍ ଜବତ: କିଏ, କାହା ପାଖକୁ ପଠାଇଥିଲା ?
କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ପଟାଙ୍ଗିରୁ ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକ୍ ଜବତ କରିଛି ପୁଲିସ୍। ଏଥିରେ ୫୦ଟି ପ୍ୟାକେଟ୍ରେ ୧୦ ହଜାର ଡେଟୋନେଟର, ୩୮ ବଣ୍ଡଲ କୋଟେକ୍ସ ଏବଂ ୧୫ହଜାର ୨ଶହ ଜିଲେଟିନ୍ ଥିଲା। ଏସବୁ ସାମଗ୍ରୀର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଟ୍ରକ ସହ ଏକ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୁଲିସ୍। ଟ୍ରକ୍ଟି ଆନ୍ଧ୍ରପ୍ରଦେଶର ଚିଲିକାତଲମ୍ରୁ ସେମିଳିଗୁଡ଼ା ଯାଉଥିଲା। ତେବେ […]
କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ପଟାଙ୍ଗିରୁ ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକ୍ ଜବତ କରିଛି ପୁଲିସ୍। ଏଥିରେ ୫୦ଟି ପ୍ୟାକେଟ୍ରେ ୧୦ ହଜାର ଡେଟୋନେଟର, ୩୮ ବଣ୍ଡଲ କୋଟେକ୍ସ ଏବଂ ୧୫ହଜାର ୨ଶହ ଜିଲେଟିନ୍ ଥିଲା। ଏସବୁ ସାମଗ୍ରୀର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଟ୍ରକ ସହ ଏକ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୁଲିସ୍।
ଟ୍ରକ୍ଟି ଆନ୍ଧ୍ରପ୍ରଦେଶର ଚିଲିକାତଲମ୍ରୁ ସେମିଳିଗୁଡ଼ା ଯାଉଥିଲା। ତେବେ ଏତେ ପରିମାଣରେ ବିସ୍ଫୋରକ ସାମଗ୍ରୀ କିଏ, କାହା ପାଖକୁ ପଠାଇଥିଲା ତାହା ଏବେ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ଏହା ସେମାନଙ୍କ ପାଖକୁ ଯାଉଥିଲା କି ଅନ୍ୟ କେହି ଏହାକୁ ନେଉଥିଲା, ତାହା ଏବେ ତଦନ୍ତ ସାପେକ୍ଷ। ଏପରି ଏକ ସମ୍ବେଦନଶୀଳ ଘଟଣାର ଖୋଳତାଡ଼ ପୁଲିସ୍ ଆରମ୍ଭ କରିଦେଇଛି।
https://youtu.be/zfM2HsFLsVo