Advertisment

ପୁଲିସ୍‌ ଜିପ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ପୁଲିସ୍‌ ଜିପ୍‌ ଓ  ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩  ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭିକାରୀ ଚରଣ। ସେ OSAP ଫାଷ୍ଟ ବାଟାଲିୟନର ଡେପୁଟି ସୁବେଦାର ଥିଲେ। ଆହତମାନେ ହେଲେ ଫାଷ୍ଟ ବାଟାଲିୟନର ହୃଷିକେଶ […]

ଅଦ୍ୟତନ ହୋଇଛି
ପୁଲିସ୍‌ ଜିପ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା

police

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ପୁଲିସ୍‌ ଜିପ୍‌ ଓ  ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩  ଜଣ ଗୁରୁତର ହୋଇଛନ୍ତି।

Advertisment

ମୃତକ ହେଲେ ଭିକାରୀ ଚରଣ। ସେ OSAP ଫାଷ୍ଟ ବାଟାଲିୟନର ଡେପୁଟି ସୁବେଦାର ଥିଲେ। ଆହତମାନେ ହେଲେ ଫାଷ୍ଟ ବାଟାଲିୟନର ହୃଷିକେଶ ସିଂହ, ରାଜେନ୍ଦ୍ର ବିଶ୍ୱାଳ ଓ ଅଶ୍ୱିନୀ ରାଉତ।

ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁର୍ଘଟଣା ହୋଇଛି। ଏହି ପୁଲିସ୍‌ କର୍ମଚାରୀମାନେ କଟକରୁ ଏକ ମିଟିଂ ସାରି ପୁଲିସ୍‌ ଜିପ୍‌ରେ ଢେଙ୍କାନାଳ ଫେରୁଥିଲେ। ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହ ସେମାନଙ୍କ ଜିପ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ଘଟଣାସ୍ଥଳରେ ଭିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୩ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଟ୍ରକ୍‌ ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe