Advertisment

ବାଇକ୍‌କୁ ପିଟି ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବାଇକ୍‌କୁ ପିଟି ଜଳିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତେବେ ଟ୍ରକ୍‌ରେ କେହି ମୃତାହତ ହୋଇଥିବା ଜଣାଯାଇଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ରାତିରେ ସମ୍ବଲପୁର-ସୋନପୁର ରାସ୍ତାର ସାହାସପୁରଠାରେ ଘଟିଛି। ସୂଚନା ଅନୁଯାୟୀ, ଟ୍ରକ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସାହାସପୁର ନିକଟରେ ବୀପରିତ ଦିଗରୁ  ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ଆଖି ବୁଜିଥିବା ବେଳେ […]

ଅଦ୍ୟତନ ହୋଇଛି
ବାଇକ୍‌କୁ ପିଟି ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍

truck

Advertisment

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବାଇକ୍‌କୁ ପିଟି ଜଳିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତେବେ ଟ୍ରକ୍‌ରେ କେହି ମୃତାହତ ହୋଇଥିବା ଜଣାଯାଇଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ରାତିରେ ସମ୍ବଲପୁର-ସୋନପୁର ରାସ୍ତାର ସାହାସପୁରଠାରେ ଘଟିଛି।

Advertisment

ସୂଚନା ଅନୁଯାୟୀ, ଟ୍ରକ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସାହାସପୁର ନିକଟରେ ବୀପରିତ ଦିଗରୁ  ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ଆଖି ବୁଜିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ଏହାଦେଖି ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ସଙ୍ଗେସଙ୍ଗେ ଟ୍ରକ୍‌ ହେଲପରଙ୍କୁ କାବୁ କରି ନିର୍ଧୂମ ପିଟିଥିଲେ। ଧମା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ହେଲପରଙ୍କୁ ଉଦ୍ଧାର କରିଥିଲା ।

ଦୁର୍ଘଟଣା ପରେ ଟ୍ରକ୍‌ଟିରେ ନିଆଁ  ଲାଗିଯାଇଥିଲା । ଫଳରେ ରାସ୍ତା ଉପରେ ଟ୍ରକ୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା  । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Advertisment

ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ  ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତଦେହ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ  । ତେବେ ବୁଝାସୁଝା ଓ କ୍ଷତିପୂରଣ ପ୍ରଦାନ ସହ ଡ୍ରାଇଭରକୁ ଗିରଫ କରିବା ପାଇଁ ପ୍ରତିଶୃତି ଦେବାପରେ  ବିଳମ୍ବିତ ରାତିରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe