Advertisment

୧୦ ଜିଲ୍ଲାରେ ହେବ ଟ୍ରକ୍ ଟର୍ମିନାଲ, ୩୦୦ କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର

ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଏନେଇ ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ପ୍ଲାନ୍ ଡିଜାଇନ୍ ଓ ଏଷ୍ଟିମେଟ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ଟ୍ରକ ଟର୍ମିନାଲ ୧୦ଏକର ଲେଖାଏଁ ଜମିରେ ହେବ ।

Truck terminals

Truck terminals

Advertisment

ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଟ୍ରକଗୁଡ଼ିକ ବେଆଇନ ଭାବେ ପାର୍କିଂ ଯୋଗୁ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଟ୍ରକ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୩୦୦କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେଇଛନ୍ତି । ୧୦ଟି ଜିଲ୍ଲାରେ ରାଜପଥ କଡ଼ରେ ୧୦ଏକର ପରିମିତ ଲେଖାଏଁ ଅଂଚଳରେ ଏହି ଟ୍ରକ ଟର୍ମିନାଲ ନିର୍ମାଣ ହେବ ବୋଲି ଜଣାପଡ଼ିଛି । ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି ।

Advertisment

ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଏନେଇ ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ପ୍ଲାନ୍ ଡିଜାଇନ୍ ଓ ଏଷ୍ଟିମେଟ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ଟ୍ରକ ଟର୍ମିନାଲ ୧୦ଏକର ଲେଖାଏଁ ଜମିରେ ହେବ । ଏହି ଟ୍ରକ ଟର୍ମିନାଲରେ ଅଧିକ ସଂଖ୍ୟକ ଟ୍ରକ ଯେଭଳି ପାର୍କିଂ ହୋଇପାରିବ ତାହା ସୁନିଶ୍ଚିତ କରାଯିବା ସହ ଟ୍ରକ ଡ୍ରାଇଭର,ହେଲପରଙ୍କ ନିମନ୍ତେ ଅସ୍ଥାୟୀ ରହଣୀ ସ୍ଥଳୀ, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ଫୁଡ୍ ପ୍ଲାଜା, କ୍ୟାଣ୍ଟିନ, ଟ୍ରକ ମରାମତି ପାଇଁ ଗ୍ୟାରେଜ୍‌, ଗାର୍ଡ ରୁମ, ଅଫିସ ରୁମ୍ ସମେତ ଟ୍ରକ ଯିବାଆସିବା ପାଇଁ ଭିନ୍ନ ଭିନ୍ନ ଗେଟ୍ ଓ ଟର୍ମିନାଲ ଚାରିପଟେ ପାଚେରୀ ର୍ନିାଣ ଆଦି କାର୍ଯ୍ୟ ବାବଦରେ କେତେ ଅର୍ଥ ବ୍ୟୟ ହେବ ତା’ର ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି । ଅନ୍ୟ ରାଜ୍ୟରେ ନିର୍ମିତ ଟ୍ରକ ଟର୍ମିନାଲକୁ ଅନୁଧ୍ୟାନ କରି ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ନିମନ୍ତେ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଛନ୍ତି ।

ଏହି ଟ୍ରକ ଟର୍ମିନାଲଗୁଡ଼ିକ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଓ ଜଗତସିଂହପୁର ଜିଲ୍ଲାରେ ହେବ । ଏଥିପାଇଁ ଏସବୁ ଜିଲ୍ଲାରେ ୧୦ଏଳର ଲେଖାଏଁ ଜମି ଚିହ୍ନଟ ହୋଇସାରିଛି । ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅନୁଦାନ ଆକାରରେ ଦେଇଥିବା ୩୦୦କୋଟି ଟଙ୍କାକୁ ଇତିମଧ୍ୟରେ ପରିବହନ ବିଭାଗକୁ ଅର୍ଥ ବିଭାଗ ଦେଇସାରିଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।

Advertisment
Truck
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe