Advertisment

ଟ୍ରକ୍‌ରେ ଲାଗିଗଲା ନିଆଁ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ହଠାତ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ପରେ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଲିଭାଇବାରେ ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିଆଁ ଲାଗିଥିବା […]

ଟ୍ରକ୍‌ରେ ଲାଗିଗଲା ନିଆଁ

truck-cautch-fire-in-bolangir

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ହଠାତ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ପରେ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଲିଭାଇବାରେ ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

Advertisment

ନିଆଁ ଲାଗିଥିବା ଟ୍ରକ୍‌ର ମାଲିକ ବଲାଙ୍ଗିର ଜଣେ ବ୍ୟବସାୟୀ ବୋଲି ଜଣାପଡିଛି। ଟ୍ରକ୍‌ରେ ନିଆଁ ଲାଗି ଯିବା ଯୋଗୁ ଗୋଟିଏ ଘଣ୍ଟା ପାଇଁ ବଲାଙ୍ଗିର-ସୋନପୁର ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe