ଢେଙ୍କାନାଳ: ଚାଲିଛି ପାର୍ବଣ ଋତୁ। ଦୁର୍ଗାପୂଜା ପରେ ଏବେ ଆସୁଛି ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଢେଙ୍କାନାଳ ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସିବ ସାରା ସହର। ଏବେ ଜୋରସୋରରେ ଚାଲିଛି ତୋରଣ ଓ ମୂର୍ତ୍ତି କାମ।
ଚଳିତବର୍ଷ ୩୫ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ। ବିଭିନ୍ନ ପୂଜା କମିଟି ତରଫରୁ ତୋରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବସଷ୍ଟାଣ୍ଡ ପୂଜା କମିଟି ଚଳିତବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି। ସେହିଭଳି ଗଣେଶ ବଜାରର ସୁଉଚ୍ଚ ତୋରଣ ଓ ଆଲୋକ ସାଜସଜ୍ଜା ଲୋକଙ୍କୁ ଅଧିକ ଆକର୍ଷିତ କରିବ। ଢେଙ୍କାନାଳ ପୂଜାର ବିଶେଷତ୍ୱ ହେଛି ଲକ୍ଷ୍ମୀ ପୂଜାରେ ପୂରା ସହର ଆଲୋକ ମାଳାରେ ସଜାଇ ହୋଇଥାଏ। ଆଉ ଗୋଟିଏ ଦିନ ଥିବାରୁ ମା’ ଗଜଲକ୍ଷ୍ମୀଙ୍କ ପ୍ରତିମାରେ ଶେଷ ସ୍ପର୍ଶ ଦେଉଛି କାରିଗର। ପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
