ଟୁକୁନିଙ୍କୁ ମିଳିଲା କଡ଼ା ଉତ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ସ୍ୱତନ୍ତ୍ର ଜିଲ୍ଲା ଦାବି ଭିତରେ ପଦ୍ମପୁର ଉପନିର୍ବାଚନରେ ଧସେଇ ପଶିଛି ରେଳ ପ୍ରକଳ୍ପ ରାଜନୀତି। ଆଉ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ରେଳପଥ ନିର୍ମାଣ କାମ ନ ହୋଇପାରିବାର ଦୋଷ ସେ ଓଡ଼ିଶା ସରକାରଙ୍କ ମୁଣ୍ଡ ଉପରେ ଥୋଇ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପଠାଇଥିବା ଚିଠିର ପ୍ରତିଉତ୍ତର ରଖି ସେ […]

railway

railway

Niranjan Mishra
  • Published: Monday, 21 November 2022
  • Updated: 21 November 2022, 07:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ସ୍ୱତନ୍ତ୍ର ଜିଲ୍ଲା ଦାବି ଭିତରେ ପଦ୍ମପୁର ଉପନିର୍ବାଚନରେ ଧସେଇ ପଶିଛି ରେଳ ପ୍ରକଳ୍ପ ରାଜନୀତି। ଆଉ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ରେଳପଥ ନିର୍ମାଣ କାମ ନ ହୋଇପାରିବାର ଦୋଷ ସେ ଓଡ଼ିଶା ସରକାରଙ୍କ ମୁଣ୍ଡ ଉପରେ ଥୋଇ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପଠାଇଥିବା ଚିଠିର ପ୍ରତିଉତ୍ତର ରଖି ସେ ପ୍ରକଳ୍ପ ନ ହୋଇପାରିବାର କାରଣ ରାଜ୍ୟ ସରକାରଙ୍କ ଅସହଯୋଗ ବୋଲି ଉଲ୍ଲେଖ କରିଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ଦୋଷ ଦେଖାଇବାକୁ ଚେଷ୍ଟା କରିଥିବା ରାଜ୍ୟ ସରକାର ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ଉଦ୍ୟମ ଫୁସୁକି ଯାଇଛି।

ରେଳମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରକଳ୍ପ ନିମେନ୍ତ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। କାରଣ ଏହି ପ୍ରକଳ୍ପର ବିକାଶ ଦାୟିତ୍ୱ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲି.କୁ ଦିଆଯାଇଛି। ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲି. ଓଡ଼ିଶା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ। ଭାରତ ସରକାର ଗତବର୍ଷ ଡିସେମ୍ବରରେ ଉକ୍ତ ପ୍ରକଳ୍ପର ଆଇପିଏ ପଠାଇଛନ୍ତି। ପ୍ରକଳ୍ପକୁ ଆଗକୁ ନେବାକୁ ଓଡ଼ିଶା ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ସର୍ଭେ, ଯୋଜନା ଓ ଜମି ଅଧିଗ୍ରହଣ ପାଇଁ ରାଜ୍ୟକୁ ପଦକ୍ଷେପ ନେବାକୁ ପଡ଼ିବ।

ଏହି ପ୍ରକଳ୍ପ ସମ୍ପର୍କରେ ୨୦ ନଭେମ୍ବର ୨୦୨୧ର ଚିଠିକୁ ରାଜ୍ୟ ସରକାର ଦୃଷ୍ଟିପାତ କରନ୍ତୁ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ଭେ ଓ ଜମି ଅଧିଗ୍ରହଣ ସହ ଜଡ଼ିତ ସମସ୍ତ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ରେଳ ମନ୍ତ୍ରଣାଳୟ ଅନୁରୋଧ କରୁଛି। ପ୍ରଧାନମନ୍ତ୍ରୀ ଓଡ଼ିଶାର ରେଳ ବିକାଶ ପାଇଁ ୯୭୩୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୩୮ଟି ରେଳ ଷ୍ଟେସନର ପୁନଃ ନିର୍ମାଣ କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରନ୍ତୁ ବୋଲି ମନ୍ତ୍ରୀ ଟୁକୁନି ସାହୁଙ୍କୁ ରେଳମନ୍ତ୍ରୀ ଚିଠିରେ ଜବାବ ଦେଇଛନ୍ତି।

ସୂଚନା ଥାଉକି, ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ କରିବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗତକାଲି ଚିଠି ଲେଖିଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ପ୍ରକଳ୍ପ ମଂଜୁରୀ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କହିଥିବା ଚିଠି ସମ୍ପର୍କରେ ଏଥିରେ ଉଲ୍ଲେଖ କରିଥିଲେ। ପ୍ରୋଜେକ୍ଟ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୋଧ କରିଥିବା ଦର୍ଶାଇଥିଲେ। ଏଥିସହ ୨୦୧୯ରେ ପ୍ରସ୍ତାବିତ ପ୍ରକଳ୍ପ ମଞ୍ଜୁର ପାଇଁ ରେଲେୱେ କ’ଣ କହିଥିଲା ଲେଖି ଥିଲେ। ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଓ ୩୦୦ କୋଟି ମଞ୍ଜୁର କରିଥିବାରୁ ପ୍ରକଳ୍ପ ମଞ୍ଜୁର ନେଇ ମନ୍ତ୍ରଣାଳୟ ପୁନଃବିଚାର କରୁ ବୋଲି ଟୁକୁନି ସାହୁ ଦର୍ଶାଇଥିଲେ। ଯାହାର ଜବାବ ଆଜି ରେଳମନ୍ତ୍ରୀ ରଖିବା ପରେ ରାଜନୀତି ତେଜିଛି।

ଏହି ପ୍ରସଙ୍ଗରେ ଆଜି ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାରେ ପ୍ରମୁଖ ସମସ୍ୟା ହେଲା ଜମି ଅଧିଗ୍ରହଣ ଓ ରେଳୱେ ବୋର୍ଡକୁ ଜମି ହସ୍ତାନ୍ତର। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଗୋଟିଏ ଇଞ୍ଚ ବି ଜମି ରେଳ ବିଭାଗକୁ ଦେଇନାହାନ୍ତି। ହେଲେ ବିଜେଡି କହୁଛି କାହିଁକି ଗୋଟାଏ ଇଟା ପଡ଼ିଲାନି ? ସେମାନେ ବୁଝିପାରୁନାହାନ୍ତି ଜମି ଅଧିଗ୍ରହଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଏହାର କାରଣ ହୋଇଛି। ଏହି ପ୍ରକଳ୍ପ ନେଇ ସେ ପଦ୍ମପୁର ଛକରେ ବିଜେଡିର ସାଂସଦ ସସ୍ମିତ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଅଛନ୍ତି।

ଅନ୍ୟପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଯେତେବେଳେ ଏହି ପ୍ରକଳ୍ପ କରିବା ପାଇଁ କେନ୍ଦ୍ର ସରକାର ନା ତାଙ୍କ ପିଙ୍କ ବୁକ୍‌ରେ କିମ୍ବା ପ୍ରକଳ୍ପ ଅଲୋକେସନରେ ରହିଛି। ତେଣୁ କେଉଁ ଦୃଷ୍ଟିକୋଣରୁ ବରଗଡ଼ର ସାଂସଦ କହୁଛନ୍ତି ଯେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନ ଥିବାରୁ ପ୍ରକଳ୍ପ ହୋଇପାରୁନି। କେନ୍ଦ୍ର ସରକାର ବଜେଟ୍‌ରେ ପ୍ରକଳ୍ପ ନିମନ୍ତେ ଅର୍ଥ ଆଲୋକେସନ କରିବା ଲ୍ୟାଣ୍ଡ ଆଲୋକେସନ ଆରମ୍ଭ ହୁଏ। ତେଣୁ କାହିଁକି ବିଜେପି ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story