Advertisment

ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ଟୁକୁନି ସାହୁ: ୩ଟି ରୁଟ୍‌ରେ ଚାଲୁ ବନ୍ଦେ ଭାରତ ଏକ୍ସପ୍ରେସ୍‌

ପୁରୀରୁ ହାୱାଡ଼ା, ପୁରୀରୁ ରାଉରକେଲା ଭାୟା ସମ୍ବଲପୁର ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ରୁଟରେ ଏହି ଟ୍ରେନ୍‌ ଚଳାଚଳ କରିବାକୁ ଦାବି କରିଛନ୍ତି ମନ୍ତ୍ରୀ। ଏହି ୩ଟି ରୁଟରେ ବନ୍ଦେ ଭାରତ ଚାଲିଲେ ଲୋକେ ଉପକୃତ ହେବା ସହ ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିବ ବୋଲି ଲେଖିଛନ୍ତି ଟୁକୁନି।

ଅଦ୍ୟତନ ହୋଇଛି
Vande Bharat Express

Vande Bharat Express

Advertisment

ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ ହୋଇଛି। ତେବେ ବିଦ୍ଧିବଦ୍ଧ ଭାବେ ଗଡ଼ିବା ପୂର୍ବରୁ ପରେ ଆରମ୍ଭ ହୋଇଛି ରାଜନୀତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଇବାକୁ ଚିଠି ଲେଖି ସେ ଦାବି ଉଠାଇ କହିଛନ୍ତି।

Advertisment

ପୁରୀରୁ ହାୱାଡ଼ା, ପୁରୀରୁ ରାଉରକେଲା ଭାୟା ସମ୍ବଲପୁର ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ରୁଟରେ ଏହି ଟ୍ରେନ୍‌ ଚଳାଚଳ କରିବାକୁ ଦାବି କରିଛନ୍ତି ମନ୍ତ୍ରୀ। ଏହି ୩ଟି ରୁଟରେ ବନ୍ଦେ ଭାରତ ଚାଲିଲେ ଲୋକେ ଉପକୃତ ହେବା ସହ ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିବ ବୋଲି ଲେଖିଛନ୍ତି ଟୁକୁନି।

ତେବେ ଟୁକୁନିଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ରାଜ୍ୟର ଯାହା ଦାବି ଅଛି ଲେଖିକି ଦିଅନ୍ତୁ, ମୋର ଆଶା କେନ୍ଦ୍ର ସରକାର ନିଶ୍ଚୟ ପଦକ୍ଷେପ ନେବେ।

Advertisment

ସେପଟେ ଆଜି ସଫଳତାରେ ସହ ଓଡ଼ିଶାରେ ଟ୍ରାଏଲ୍‌ ରନ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଆଜି ସକାଳ ୬ଟା ୧୦ରେ କୋଲକାତାର ହାୱାଡା ଷ୍ଟେସନ ଛାଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ପୂର୍ବାହ୍ନ ୯ଟାରେ ଏହା ବାଲେଶ୍ୱର, ୯ଟା ୪୦ରେ ଭଦ୍ରକ, ୧୦ଟା ୧୫ରେ ଯାଜପୁର ରୋଡ୍, ୧୧ଟା ୧ରେ କଟକ, ସାଢ଼େ ୧୧ଟାରେ ଭୁବନେଶ୍ୱର ଓ ପୂର୍ବ ନିର୍ଦ୍ଧାରିତ ଅପରାହ୍ଣ ୧୨ଟା ୩୫ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା।

ପୁରୀରେ ଘଣ୍ଟାଏ ୧୫ ମିନିଟର ରହଣୀ ପରେ ଅପରାହ୍ଣ ଗୋଟାଏ ୫୦ରେ ପୁଣିଥରେ ହାୱଡା ଅଭିମୁଖେ ବାହାରିଥିଲା। ଟ୍ରାଏଲ ରନ ବେଳେ ପ୍ରତି ନିର୍ଦ୍ଧାରିତ ଷ୍ଟେସନରେ ୨ ମିନିଟ୍‌ ଲେଖାଏଁ ଅଟକିଥିଲା ଏହି ସ୍ୱଦେଶୀ ଅତ୍ୟାଧୁନିକ ହାଇସ୍ପିଡ ଟ୍ରେନ୍। ଯାହାକୁ ଦେଖିବାକୁ ଷ୍ଟେସନ୍ ଗୁଡ଼ିକରେ ଯାତ୍ରୀଙ୍କ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଏମିତିକି ପୁରୀ ଷ୍ଟେସନରେ ପହଞ୍ଚିବା ପରେ ରେଳ ବିଭାଗ କର୍ମଚାରୀ, ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଭିତର ବୁଲି ଏହାର ଅନୁଭୂତି ନେଇଥିଲେ।

ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍‌ କୋଚ୍ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବନ୍ଦେ ଭାରତ ଟ୍ରେନ୍ ଗତ ୨୬ ତାରିଖରେ ହାୱଡାରେ ପହଞ୍ଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଓ ମେକ ଇନ ଇଣ୍ଡିଆ ଭିଜନ ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ। ପୁରୀ-ହାୱଡା ରୁଟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ୧୬ଟି କୋଚ। ଟ୍ରେନର ଘଣ୍ଟାପ୍ରତି ବେଗ ୧୬୦ କିମି। ଫଳରେ ହାୱଡାରୁ ପୁରୀ ଯାତ୍ରା ସମୟ ୨ ଘଣ୍ଟା କମିଯିବ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନରେ ଅଟୋମେଟେଡ୍‌ କ୍ଲୋଜିଂ ଡୋରଠୁ ନେଇ ପ୍ରତି କୋଚରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଲାଗିଛି।

BjD Bjp Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe