Advertisment

ଟୁପି ମାଝି ହତ୍ୟାକାଣ୍ଡ: ଜଣଙ୍କୁ ଆଜୀବନ ଓ ୩୧ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅନ୍ତର୍ଗତ ଗାଡ଼ାମାହା ଗାଁରେ ଟୁପି ମାଝି ହତ୍ୟା ଘଟଣାରେ  ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡଦେଶ ସହ  ୩୧ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଜିଲ୍ଲା ଦୌରା ଜଜ୍ । ଏହା ସହ ୩୧ ଜଣଙ୍କୁ  ପାଞ୍ଚ ଶହ ଟଙ୍କା ଲେଖାଁଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗାଡାମାହା ଗାଁରେ ଗତ ୨୦୧୦ ଏପ୍ରିଲ ୭ ତାରିଖରେ ଟୁପି ମାଝିଙ୍କୁ  ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଗାଡ଼ାମାହା […]

ଅଦ୍ୟତନ ହୋଇଛି
ଟୁପି ମାଝି ହତ୍ୟାକାଣ୍ଡ: ଜଣଙ୍କୁ ଆଜୀବନ ଓ ୩୧ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ

p

Advertisment

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅନ୍ତର୍ଗତ ଗାଡ଼ାମାହା ଗାଁରେ ଟୁପି ମାଝି ହତ୍ୟା ଘଟଣାରେ  ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡଦେଶ ସହ  ୩୧ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଜିଲ୍ଲା ଦୌରା ଜଜ୍ । ଏହା ସହ ୩୧ ଜଣଙ୍କୁ  ପାଞ୍ଚ ଶହ ଟଙ୍କା ଲେଖାଁଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ଗାଡାମାହା ଗାଁରେ ଗତ ୨୦୧୦ ଏପ୍ରିଲ ୭ ତାରିଖରେ ଟୁପି ମାଝିଙ୍କୁ  ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଗାଡ଼ାମାହା ଗାଁର ଟୁପି ମାଝିଙ୍କୁ ଗୁଣିଆ ସନ୍ଦେହରେ ଗ୍ରାମବାସୀ ଦେଢ଼ଲକ୍ଷ ଟଙ୍କା ଜୋରିମାନା କରିଥିଲେ। ଗ୍ରାମ ସଭାରେ  ଟୁପି ଏହି ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ମାଥୁ ମାଝି ଏକ ଛୁରିରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ଗ୍ରାମବାସୀ ମୃତଦେହକୁ  କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଭୟଭୀତ ହୋଇ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିଲେ। ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ନିଜ ଆଡୁ ମାମଲା ରୁଜୁ କରି ୩୫ ଜଣଙ୍କୁ ଗିରଫ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe