Advertisment

ହାତୀକୁ ଗୁଳି ମାଡ଼, ଚିକିତ୍ସା ପାଇଁ ଜଙ୍ଗଲ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଦେବୀ ମିଶ୍ର

ଆଠଗଡ଼(ନୀଳକଣ୍ଠ ଦୋରା): ଶିକାରୀ ଗୁଳିରେ ଦନ୍ତାହାତୀ ଗୁରୁତର ହୋଇଛି। ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଘଟିଛି ଏଭଳି ଘଟଣା। ଗୁଳି ମାଡ଼ ପରେ ହାତୀଟି କଟକ-ନରସିଂହପୁର ଜଙ୍ଗଲ ଭିତରେ ନାଳରେ ପଡ଼ି ରହିଛି। ନାଳରୁ ଉଠିବାକୁ ଚେଷ୍ଟା କରୁଛି। ମାତ୍ର ହାତୀଟି ନାଳରୁ ଉଠି ପାରୁନାହିଁ। ବହୁ ସମୟ ଧରି ସେଠି ପଡ଼ି ରହିଛି। ଦନ୍ତା ହାତୀର ଶୁଣ୍ଢରେ ଗୁଳି ଲାଗିଥିବା ସୂଚନା ମିଳିଛି। ଏନେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର […]

author-image
Manoranjan Sial
ଅଦ୍ୟତନ ହୋଇଛି
ହାତୀକୁ ଗୁଳି ମାଡ଼, ଚିକିତ୍ସା ପାଇଁ ଜଙ୍ଗଲ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଦେବୀ ମିଶ୍ର

Elephant

ଆଠଗଡ଼(ନୀଳକଣ୍ଠ ଦୋରା): ଶିକାରୀ ଗୁଳିରେ ଦନ୍ତାହାତୀ ଗୁରୁତର ହୋଇଛି। ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଘଟିଛି ଏଭଳି ଘଟଣା। ଗୁଳି ମାଡ଼ ପରେ ହାତୀଟି କଟକ-ନରସିଂହପୁର ଜଙ୍ଗଲ ଭିତରେ ନାଳରେ ପଡ଼ି ରହିଛି। ନାଳରୁ ଉଠିବାକୁ ଚେଷ୍ଟା କରୁଛି। ମାତ୍ର ହାତୀଟି ନାଳରୁ ଉଠି ପାରୁନାହିଁ। ବହୁ ସମୟ ଧରି ସେଠି ପଡ଼ି ରହିଛି।

Advertisment

ଦନ୍ତା ହାତୀର ଶୁଣ୍ଢରେ ଗୁଳି ଲାଗିଥିବା ସୂଚନା ମିଳିଛି। ଏନେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର ସୋଶାଲ ମିଡିଆ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି। ଶିକାରୀ ଗୁଳିରେ ଦନ୍ତା ଗୁରୁତର ହୋଇ ଜଙ୍ଗଲରେ ବୁଲୁଛି, ତୁରନ୍ତ ଚିକିତ୍ସା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ଶ୍ରୀ ମିଶ୍ର। ତା’ସହ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ତୁରନ୍ତ ହାତୀକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

ସେପଟେ ହାତୀ ସମ୍ପର୍କରେ ଅବଗତ ଥିବା କହିଛନ୍ତି ପିସିସିଏଫ୍ ଶଶି ପଲ୍‌। ହାତୀର ଚିକିତ୍ସା ପାଇଁ ଟିମ୍‌ ଗଠନ ହୋଇଛି। ତେବେ ଗୁଳି ବାଜିଛି କି ନାହିଁ ସେ ସମ୍ପର୍କରେ ଏବେ ଜଣାପଡ଼ିନଥିବା ସେ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ ଏହାପୂର୍ବରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା। ଏହାକୁ ନେଇ ଜାରି ରହିଥିବା ତନାଘନା ଭିତରେ ଏବେ ହାତୀ ମୁଣ୍ଡରେ ଗୁଳି ଘଟଣା ବନବିଭାଗର ଦାୟିତ୍ୱ ପଣିଆକୁ ନେଇ ପ୍ରଶ୍ନ ଉଠୁଛି।