Advertisment

ଟିଭି ଫାଟି ମହିଳା ମୃତ; ଦୁଇ ଗୁରୁତର

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି  ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସର୍ଟସର୍କିଟ୍ ହୋଇ ହଠାତ୍ ଟେଲିଭିଜନ୍‌ ଫାଟି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ବବି ନାଏକ। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ବବି ନାଏକ ଓ ତାଙ୍କ ସ୍ୱାମୀ ଡିଲେଶ୍ୱର […]

ଅଦ୍ୟତନ ହୋଇଛି
ଟିଭି ଫାଟି ମହିଳା ମୃତ; ଦୁଇ ଗୁରୁତର

sundergarh

Advertisment

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି  ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସର୍ଟସର୍କିଟ୍ ହୋଇ ହଠାତ୍ ଟେଲିଭିଜନ୍‌ ଫାଟି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ବବି ନାଏକ।

Advertisment

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ବବି ନାଏକ ଓ ତାଙ୍କ ସ୍ୱାମୀ ଡିଲେଶ୍ୱର ଛଅମାସର ଶିଶୁ କନ୍ୟାକୁ ଧରି ଟିଭି ଦେଖୁଥିଲେ। ଏହି ସମୟରେ ଟେଲିଭିଜନ୍‌ଟି ସର୍ଟସର୍କିଟ୍ ହୋଇ ଫାଟି ଯାଇଥିଲା। ଫଳରେ ବବି ଓ ତାଙ୍କ ସ୍ୱାମୀଙ୍କ ସହିତ ଛଅମାସର ଶିଶୁ ପୋଡ଼ି ହୋଇଥିଲେ। ଜୋରରେ ଶବ୍ଦ ହେବା ଶୁଣି ପାଖ ପଡ଼ୋଶୀ ତାଙ୍କ ଘରକୁ ଧାଇଁ ଆସିଥିଲେ। ସେମାନେ ଏହି ତିନି ଜଣଙ୍କୁ  ଉଦ୍ଧାର କରିବା ସହ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ  ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇଟି ୧୦୮ ଆମ୍ୱୁଲାନ୍ସ  ସାହାଯ୍ୟରେ ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ବବିଙ୍କୁ ମୃତ ଘୋଷଣା କରିଥିଲେ। ବବିଙ୍କ ସ୍ୱାମୀ ଓ ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ  ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ନେଇ ଧୁରୁଆଡ଼ିହି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏହା ସହିତ ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe