2dead-and6injured
ସୋର: ବାଲେଶ୍ୱର ଜିଲ୍ଲା ସୋର ନିକଟରେ ରବିବାର ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଖନ୍ତପଡା ଥାନା ବିପିସିଏଲ୍ ଟାଙ୍କି ନିକଟରେ ଟ୍ରକ୍ ଓ ବାଇକ୍ ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି।
ସେହିପରି ଉତ୍ତରେଶ୍ୱର ଠାରେ ଏକ କାର ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି। କାର ସହିତ ଧକ୍କା ପରେ ଦୁର୍ଘଟଣାଗ୍ରସ୍ତ ବାଇକ୍ଟି ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍ ଓ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ କିଛି ସମୟ ପାଇଁ ରାସ୍ତାରୋକ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/03/2dead-and6injured.jpg)