Advertisment

ପତଞ୍ଜଳି ଯୋଗପୀଠ ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱର ଜୟଦେବବିହାର ସ୍ଥିତ ଟିଟିଡି କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗପୀଠ, ହରିଦ୍ୱାର ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର  ଅନୁଷ୍ଠିତ ହୋଇଯାଇଛି। ଯୁବ ଭାରତ ସଂଗଠନ ଦ୍ୱାରା ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନିଆ ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଅନେକ ବ୍ୟକ୍ତି ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ସ୍କୁଲ୍‌ କଲେଜର ଛାତ୍ରଛାତ୍ରୀଙ୍କ ସହ ବୟସ୍କ […]

ପତଞ୍ଜଳି ଯୋଗପୀଠ ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ramadev

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱର ଜୟଦେବବିହାର ସ୍ଥିତ ଟିଟିଡି କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗପୀଠ, ହରିଦ୍ୱାର ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର  ଅନୁଷ୍ଠିତ ହୋଇଯାଇଛି। ଯୁବ ଭାରତ ସଂଗଠନ ଦ୍ୱାରା ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନିଆ ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଅନେକ ବ୍ୟକ୍ତି ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ସ୍କୁଲ୍‌ କଲେଜର ଛାତ୍ରଛାତ୍ରୀଙ୍କ ସହ ବୟସ୍କ ଶ୍ରେଣୀୟ ବ୍ୟକ୍ତିମାନେ ଏହି ଯୋଗ ପ୍ରଶିକ୍ଷଣ ନେଇଥିଲେ।
publive-imageପ୍ରତିଦିନ ସକାଳ ୫.୩୦ରୁ ୮ଟା ଯାଏ ପ୍ରବଳ ଶୀତକୁ ଭୃକ୍ଷେପ ନକରି ଉତ୍ସାହର ସହ ସମସ୍ତେ ଏହି ଶିବିରକୁ ଆସିଥିଲେ। ୨୦ଦିନ ଧରି ଚାଲିଥିବା ଏହି ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଗତ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ପତଞ୍ଜଳି ଯୋଗପୀଠର ରାଜ୍ୟ ପ୍ରଭାରୀ, ଭାରତ ସ୍ୱାଭିମାନ ଟ୍ରଷ୍ଟର ସୁଧାଂଶୁ ଶେଖର ଅଧିକାରୀ ଯୋଗ ଦେଇଥିଲେ। ସେ ଯୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

Advertisment

ଶେଷ ଦିନରେ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ ସହ ବିଭିନ୍ନ ଔଷଧୀୟ ଗଛର ଚାରା ଦେଇ ସମ୍ମାନିତ କରାଯାଇଥିଲା। ଆଉ ସେଠାରେ ଏକ ଯଜ୍ଞର ମଧ୍ୟ ଆୟୋଜନ କରାଯାଇଥିଲା।
publive-image ଏହି ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି ଆୟୋଜନ କରିବାରେ ସହଯୋଗ କରିଥିଲେ ଜି‍ଜ୍ଞାଶିଷ ମହାପାତ୍ର (ପୃଷ୍ଠ ପୋଷକ, ଓଡ଼ିଶା), ଅମୃତାଂଶୁ ପ୍ରଧାନ(ସୋଶାଲ୍‌ ମିଦିଆ ସଂଯୋଜକ), ବିଦ୍ୟାଧର ଜେନା (ଜିଲ୍ଲା ଯୁବ ପ୍ରଭାରୀ),ନିର୍ମଳ ନାୟକ(ପୃଷ୍ଠ ପୋଷକ.ଖୋର୍ଦ୍ଧା) ଓ ଯୁଗଜୋତି ଚୌଧୁରୀ (ସଂଗଠକ ପ୍ରଭାରୀ, ଯୁବଭାରତ)।

ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ବାଣୀ ପ୍ରତି ଘରେ ଯୋଗକୁ ପହଞ୍ଚାଇବାର ଉଦ୍ୟମକୁ ସାକାର ପାଇଁ ସବୁ ପ୍ରଶିକ୍ଷାର୍ଥୀ ସଂକଳ୍ପ ନେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe