Advertisment

‘ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ, ୧୭ ମୃତ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ରାଜ୍ୟରେ ବନ୍ୟାରେ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଜି ସୁଦ୍ଧା ୩୪୦ ଗାଁ ଓ ୨,୬୫,୭୨୩ ଲୋକ ଜଳ ବନ୍ଦୀ ଅଛନ୍ତି। ରାଜ୍ୟର ବନ୍ୟା ସ୍ଥିତି ନେଇ ଏହି ସୂଚନାରେ କୁହାଯାଇଛି ୧୪ ଲକ୍ଷ ୩୨ ହଜାର ୭୦୧ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା କାରଣରୁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଏସ୍‌ଆରସି ପକ୍ଷୁ ଆହୁରି ମଧ୍ୟ କୁହାଯାଇଛି […]

‘ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ, ୧୭ ମୃତ’

flood-Odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ରାଜ୍ୟରେ ବନ୍ୟାରେ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଜି ସୁଦ୍ଧା ୩୪୦ ଗାଁ ଓ ୨,୬୫,୭୨୩ ଲୋକ ଜଳ ବନ୍ଦୀ ଅଛନ୍ତି। ରାଜ୍ୟର ବନ୍ୟା ସ୍ଥିତି ନେଇ ଏହି ସୂଚନାରେ କୁହାଯାଇଛି ୧୪ ଲକ୍ଷ ୩୨ ହଜାର ୭୦୧ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା କାରଣରୁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି।

Advertisment

ଏସ୍‌ଆରସି ପକ୍ଷୁ ଆହୁରି ମଧ୍ୟ କୁହାଯାଇଛି ଯେ,  ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି। ୧୧୨ଟି ବ୍ଲକ, ୮୯୬ ପଞ୍ଚାୟତ, ୩୨୫୬ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟାରେ ୨୧ ULB (ପୌରାଞ୍ଚଳ) ଓ ୭୫ ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛନ୍ତି। ତେବେ ବନ୍ୟା କାରଣରୁ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲା ପ୍ରଭାବିତ ହୋଇଛନ୍ତି।

SRC କାର୍ଯ୍ୟାଳୟ ପକ୍ଷରୁ ଆହୁରି କୁହାଯାଇଛି,  ବନ୍ୟାରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ୧୪ ଲକ୍ଷ ୩୨ ହଜାର ୭୦୧। ବନ୍ୟାରେ ପ୍ରାୟ ୧୦,୨୮୨ ଘର ଭାଙ୍ଗି ଯାଇଛି। ୧,୬୮,୯୦୪ ହେକ୍ଟର ଫସଲ ନଷ୍ଟ ହୋଇଛି। ୧୧ ଜିଲ୍ଲାରେ ୧୦୭ଟି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ୧୪ NDRF, ୧୭ ODRAF, ୨୨ ଅଗ୍ନିଶମ ବାହିନୀ କାର୍ଯ୍ୟରେ ଲାଗିଛନ୍ତି।  ୨୫୪ଟି ବୋଟ୍‌କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି। ୪୫ଟି ମେଡିକାଲ ଟିମ୍ ଓ ୪୨ଟି ଭେଟନାରୀ ଟିମ ମଧ୍ୟ କାର୍ଯ୍ୟ କରୁଛନ୍ତି।

Advertisment
SRC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe