Advertisment

୨୧ଦିନ ପରେ ଜଙ୍ଗଲ ମନ୍ତ୍ରୀଙ୍କୁ ମିଳିଲା ପିଏସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୨୧ଦିନ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ଦୀନକୃଷ୍ଣ କରଙ୍କୁ ନିଯୁକ୍ତି ମିଳିଛି । ଦୀର୍ଘ ୧୨ବର୍ଷ ଧରି ମନ୍ତ୍ରୀ ଶ୍ରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଥିବା  ବରିଷ୍ଠ ଓଏଏସ୍ ଦୀପ୍ତିରଞ୍ଜନ ବେହେରାଙ୍କୁ ଅଗଷ୍ଟ ୨ତାରିଖରେ ରାଜ୍ୟ ସରକାର ଅଚାନକ କୋରାପୁଟ ବଦଳି କରିଦେଇଥିଲେ। ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶ୍ରୀ ବେହେରାଙ୍କ ଭୂମିକା ସନ୍ଦେହଜନକ ଥିବାରୁ ତାଙ୍କର […]

ଅଦ୍ୟତନ ହୋଇଛି
୨୧ଦିନ ପରେ ଜଙ୍ଗଲ ମନ୍ତ୍ରୀଙ୍କୁ ମିଳିଲା ପିଏସ୍‌

jio-1-750x430

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୨୧ଦିନ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ଦୀନକୃଷ୍ଣ କରଙ୍କୁ ନିଯୁକ୍ତି ମିଳିଛି । ଦୀର୍ଘ ୧୨ବର୍ଷ ଧରି ମନ୍ତ୍ରୀ ଶ୍ରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଥିବା  ବରିଷ୍ଠ ଓଏଏସ୍ ଦୀପ୍ତିରଞ୍ଜନ ବେହେରାଙ୍କୁ ଅଗଷ୍ଟ ୨ତାରିଖରେ ରାଜ୍ୟ ସରକାର ଅଚାନକ କୋରାପୁଟ ବଦଳି କରିଦେଇଥିଲେ। ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶ୍ରୀ ବେହେରାଙ୍କ ଭୂମିକା ସନ୍ଦେହଜନକ ଥିବାରୁ ତାଙ୍କର ଏଭଳି ବଦଳି ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା।

Advertisment

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଓଏସଡି ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଦୀନକୃଷ୍ଣ କରଙ୍କୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଅନ୍ୟ ଦୁଇଜଣ ଓଏଏସ୍ ରାଜେନ୍ଦ୍ର ମିଶ୍ର ଓ ବିଜୟ କୁମାର ପୃଷ୍ଟିଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇଛି। ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟରୀ ଅଥରିଟି(ରେରା) ସଚିବ ଭାବେ କାର୍ଯ୍ୟରତ ରାଜେନ୍ଦ୍ର ମିଶ୍ରଙ୍କୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଏବଂ ବିଜୟ କୁମାର ପୃଷ୍ଟିଙ୍କୁ ତାଙ୍କ ସ୍ଥାନରେ ରେରା ସଚିବ ଭାବେ ବଦଳି କରାଯାଇଛି। ଶ୍ରୀ ପୃଷ୍ଟି ଏବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ କାର୍ଯ୍ୟରତ ଓ ତାଙ୍କର ଅର୍ଥ ବିଭାଗକୁ ବଦଳିକୁ ବାତିଲ କରାଯାଇଛି।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବାବେଳେ ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଞ୍ଜନ ବେହେରାଙ୍କୁ ଅଚାନକ କେବିକେ ଯୁଗ୍ମ ପ୍ରଶାସକ ଭାବେ କୋରାପୁଟ ବଦଳି କରାଯାଇଥିଲା।  ଜଙ୍ଗଲ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଅଜାଣତରେ ତାଙ୍କର ୧୨ବର୍ଷର ବ୍ୟକ୍ତିଗତ ସଚିବଙ୍କୁ ବଦଳି କରାଯାଇଥିଲା ବୋଲି ଗଣାଧ୍ୟମରେ ସେତେବେଳେ ଚର୍ଚ୍ଚା ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe