Advertisment

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ; ବଦଳିଲେ କଟକ, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ବଦଳିଛନ୍ତି କଟକ ଓ ଭୁବନେଶ୍ୱର ଡିସିପି। କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍‌ ସିଟିର ଅତିରିକ୍ତ ପୁଲିସ୍ କମିଶନର (ଏସିପି) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସ୍ପେଶାଲ ଡିଜି (ସ୍ପେଶାଲ ଆର୍ମଡ […]

ଅଦ୍ୟତନ ହୋଇଛି
ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନୂଆ ପୁଲିସ୍ ଏସପି

ips

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ବଦଳିଛନ୍ତି କଟକ ଓ ଭୁବନେଶ୍ୱର ଡିସିପି। କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍‌ ସିଟିର ଅତିରିକ୍ତ ପୁଲିସ୍ କମିଶନର (ଏସିପି) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

Advertisment

ସ୍ପେଶାଲ ଡିଜି (ସ୍ପେଶାଲ ଆର୍ମଡ ପୁଲିସ୍) ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ଜେଲ୍ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ ସେବା ଓ ହୋମ୍‌ ଗାର୍ଡସ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏବେ ପରିବହନ କମିଶନର ଥିବା ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି (ଏଡିଜି) ଭାବେ ନୂଆ ନିଯୁକ୍ତି ମିଳିଛି। ତେବେ ପରିବହନ କମିଶନର ଭାବେ ସେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ଟ୍ୱିନ୍ ସିଟି ଅତିରିକ୍ତ ପୁଲିସ୍ କମିଶନର ଥିବା ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ରାଉରକେଲାକୁ ବଦଳି କରାଯାଇଛି।

ସେହିପରି ଅନେକ ଜିଲ୍ଲାର ଏସ୍‌ପିମାନଙ୍କୁ ବଦଳି କରାଯାଇଛି। ନବରଙ୍ଗପୁର ଏସ୍‌ପି ଥିବା ପରମାର ସ୍ମିତ ପରଷୋତ୍ତମଦାସଙ୍କୁ ବରଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି। ଏବେ ବରଗଡ଼ ଏସ୍‌ପି ଥିବା ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ନୂଆ ଦାୟିତ୍ୱ ମିଳିଛି। କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି। ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଥିବା ଏସ୍‌. ସୁଶ୍ରୀଙ୍କୁ ନବରଙ୍ଗପୁର ଏସ୍‌ପି, ନାରକୋଟିକ୍ସ ସ୍ପେଶାଲ୍ ଟାକ୍ସ ଫୋର୍ସ ଏସ୍‌ପି ଅଭିଳାଷ ଜି.ଙ୍କୁ କଳାହାଣ୍ଡି ଏସ୍‌ପି ଓ ଖୋର୍ଦ୍ଧା ଏସ୍‌ପି ଥିବା ଅଖିଳ ପହି (ଓପିଏସ୍‌)ଙ୍କୁ ନୟାଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe