Advertisment

‘ବିସ୍ଫୋରଣ ସ୍ଥଳରେ ପଡ଼ିଥିବା ମାଂସ ଖଣ୍ଡର ହେବ ଡିଏନ୍‌ଏ ଟେଷ୍ଟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଘଟଣାସ୍ଥଳ ପଡ଼ିଥିବା ମାଂସ ଖଣ୍ଡ କାହାର, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଆବଶ୍ୟକ ପଡ଼ିଲେ ସେହି ମାଂସ ଖଣ୍ଡର ଡିଏନ୍‌ଏ ଟେଷ୍ଟ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର କମିଶନର ସୁଧାଂଶୁ ଷଡଙ୍ଗୀ। ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି-“ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିବା ସୂଚନା […]

ଅଦ୍ୟତନ ହୋଇଛି
‘ବିସ୍ଫୋରଣ ସ୍ଥଳରେ ପଡ଼ିଥିବା ମାଂସ ଖଣ୍ଡର ହେବ ଡିଏନ୍‌ଏ ଟେଷ୍ଟ’

bbs

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଘଟଣାସ୍ଥଳ ପଡ଼ିଥିବା ମାଂସ ଖଣ୍ଡ କାହାର, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଆବଶ୍ୟକ ପଡ଼ିଲେ ସେହି ମାଂସ ଖଣ୍ଡର ଡିଏନ୍‌ଏ ଟେଷ୍ଟ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର କମିଶନର ସୁଧାଂଶୁ ଷଡଙ୍ଗୀ।

Advertisment

ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି-“ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିବା ସୂଚନା ମିଳିଛି। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି, ତାଙ୍କ ସହ ଆମେ କଥା ହୋଇଛୁ। ଚତୁର୍ଥ ବ୍ୟକ୍ତିଙ୍କର ସୂଚନା ମିଳୁନି, ସେ ନିରୁଦ୍ଦିଷ୍ଟ ରହିଛନ୍ତି। ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ସେଠାରେ କଣ କାମ ହେଉଥିଲା ଓ କାହା ତତ୍ତ୍ୱାବଧାନରେ ହେଉଥିଲା ତଦନ୍ତ ହେବ।”

publive-imageସେ ଆହୁରି କହିଛନ୍ତି-“ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ ପଠାଯାଇଛି। ଆବଶ୍ୟକ ପଡ଼ିଲେ ତାହାର ଡିଏନ୍‌ଏ ଟେଷ୍ଟ କରାଯିବ। DNA ଟେଷ୍ଟରେ ସ୍ପଷ୍ଟ ହେବ ସେ ଶରୀର ଅଂଶ କାହାର। ବିସ୍ଫୋରଣ ସ୍ଥଳରୁ ବାକି ରହିଥିବା ଏଲପିଜି ବାହାର କରିନିଆଯାଇଛି। ଡିଜେଲ ବାହାର କରାଯାଇଛି, କିଛି ସମୟରେ ପେଟ୍ରୋଲ କଢ଼ାଯିବ। ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ। କାଳେ ଗାତ ଭିତରେ କେହି ନିରୁଦ୍ଦିଷ୍ଟ ରହିଯାଇଥିବେ, ଦେଖିବୁ। ପରିସ୍ଥିତି ଏବେ ଠିକ୍‌ ରହିଛି, କେହି ଭୟଭୀତ ହେବାର କାରଣ ନାହିଁ।”

Advertisment
Odisha News Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe