Advertisment

Pitabas Panda Murder Case; ଚାର୍ଜଶିଟ୍‌ରେ ବଡ଼ ତଥ୍ୟ, ବିକ୍ରମଙ୍କ ଓକିଲ ଆଣିଲେ ସାଂଘାତିକ ଅଭିଯୋଗ

ପୀତବାସଙ୍କ ସିକ୍ରେଟ୍ ଚାମ୍ବରରୁ ମିଳିଥିଲା ତାଙ୍କ ହତ୍ୟାକାଣ୍ଡର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କର କିଛି ଆପତ୍ତିଜନକ ଫଟୋ, ଯେଉଁଥିରେ ସେ ଜଣେ ମହିଳାଙ୍କ ସହିତ ଖଟରେ ହାତ ଧରାଧରି ହୋଇ ଶୋଇଥିଲେ।

Photo2
Advertisment

ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ପୀତବାସଙ୍କ ସିକ୍ରେଟ୍ ଚାମ୍ବରରୁ ମିଳିଥିଲା ତାଙ୍କ ହତ୍ୟାକାଣ୍ଡର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କର କିଛି ଆପତ୍ତିଜନକ ଫଟୋ, ଯେଉଁଥିରେ ସେ ଜଣେ ମହିଳାଙ୍କ ସହିତ ଖଟରେ ହାତ ଧରାଧରି ହୋଇ ଶୋଇଥିଲେ। ଆଉ ପାଖରେ ଥିଲା ମଦ ଗ୍ଲାସ। ପୁଲିସ୍ ତା’ର ଚାର୍ଜଶିଟ୍‌ରେ ଏକଥା ଉଲ୍ଲେଖ କରିଛି। କିନ୍ତୁ ସେହି ଫଟୋଗୁଡ଼ିକୁ କୋର୍ଟରେ ଦାଖଲ କରିନାହିଁ ବୋଲି ଅଭିଯୋଗ କରିଛନ୍ତି ବିକ୍ରମ ପଣ୍ଡାଙ୍କ ଓକିଲ ଦୀପ ପଟ୍ଟନାୟକ। 

Advertisment

ସେ କହିଛନ୍ତି ଯେ ପୀତବାସଙ୍କ ପଇତାରୁ ମିଳିଥିଲା ସିକ୍ରେଟ୍ ଚାମ୍ବରର ଚାବି। ସିକ୍ରେଟ୍ ଚାମ୍ବରରୁ ମିଳିଥିଲା ଏକ ପେନ୍ ଡ୍ରାଇଭ୍। ପେନ୍ ଡ୍ରାଇଭରେ ବିକ୍ରମଙ୍କର କିଛି ଆପତ୍ତିଜନକ ଫଟୋ ଥିଲା ବୋଲି ପୁଲିସ ଦର୍ଶାଇଛି। କିନ୍ତୁ ଏହାକୁ କୋର୍ଟରେ ଦାଖଲ କରାଯାଇନି। ସେଥିପାଇଁ ଆମେ କୋର୍ଟରେ ଏକ ପିଟିସନ ଦାଖଲ କରି ମୁଦାଲାକୁ ତା’ର କପି ଦିଆଯାଉ ବୋଲି ନିବେଦନ କରିଛୁ। ମୁଦାଲା ତା’ କପି ପାଇଲା ପରେ ଏନେଇ ନିଜ ପକ୍ଷ ରଖିବ। ପୁଲିସ ଜଣେ ରାଜନେତାଙ୍କ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ବହୁତ କିଛି ଜିନିଷ କରିପାରେ। ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ଆଳ ଦେଖାଇ ପାରନ୍ତି। ଆଜିକାଲି ଏଆଇରେ ବହୁତ ଫଟୋ ହେଉଛି। ତେଣୁ ସେହି ଫଟୋଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବା ଦରକାର।

ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ ଆହୁରି କହିଛନ୍ତି, ଜଣେ କ’ଣ ତା’ ସିକ୍ରେଟ ଚାମ୍ବରରେ କେବଳ ଗୋଟିଏ ଲଫାପା ରଖିବ ? ସିକ୍ରେଟ ଚାମ୍ବରରେ ତାଙ୍କର ବହୁତ ଡକ୍ୟୁମେଣ୍ଟ ଥିବ। କିନ୍ତୁ ସେ ବିଷୟରେ ପୁଲିସ କିଛି ଉଲ୍ଲେଖ କରିନାହିଁ। 

Advertisment

ସେହିଭଳି ସାମ୍ନାକୁ ଆସିଛି ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ବୟାନନାମା। ଏଥିରୁ ଜଣାପଡ଼ିଛି ଯେ ୨୦୨୫ ଅକ୍ଟୋବର ୨୫ ତାରିଖରେ ପୁଲିସ୍ ଏକ ଚାବି ନେଇ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କୁ ଦେଇଥିଲା। ସେହି ଚାବିଟି ପୀତବାସଙ୍କ ପଇତାରେ ବନ୍ଧା ହୋଇଥିଲା। ତାହା ତାଙ୍କ ଆଲମିରାର ସିକ୍ରେଟ ଚାମ୍ବରର ଚାବି ଥିଲା। ପୀତବାସ ପଣ୍ଡାଙ୍କ ପତ୍ନୀ ଓ ତାଙ୍କ ସଂପର୍କୀୟମାନଙ୍କ ଉପସ୍ଥିତିରେ ସେହି ଚାବିରେ ସିକ୍ରେଟ ଚାମ୍ବର ଖୋଲା ଯାଇଥିଲା। ତା’ ଭିତରୁ ଗୋଟିଏ ବଡ଼ ଲଫାପା ବାହାରିଥିଲା। ଲଫାପାରେ ଗୋଟିଏ ପେନ୍‌ ଡ୍ରାଇଭ ଥିଲା। ତା’ସହିତ ୪ଟି ରଙ୍ଗୀନ ଫଟୋ ଥିଲା। ସେହି ଫଟୋରେ ବିକ୍ରମ ପଣ୍ଡା ଅନ୍ୟ ଜଣେ ମହିଳାଙ୍କ ସହ ଖଟରେ ହାତ ଧରାଧରି ହୋଇ ଶୋଇଥିଲେ ଓ ପାଖରେ ମଦ ଗ୍ଲାସ ଥିଲା। ସେହିପରି ପେନ୍‌ଡ୍ରାଇଭକୁ କମ୍ପ୍ୟୁଟରରେ ସଂଯୋଗ କଲା ପରେ ସେଥିରେ ମଧ୍ୟ ସେହି ୪ଟି ରଙ୍ଗୀନ ଫଟୋ ଥିବା ଜଣାପଡ଼ିଥିଲା। ତା’ପରେ ପୁଲିସ ପୀତବାସ ପଣ୍ଡାଙ୍କ ପତ୍ନୀ ଓ ଅନ୍ୟ ସଂପର୍କୀୟଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଜବତ କରିଥିଲା। 

ପୀତବାସ ପଣ୍ଡାଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ମାମଲାରେ ପୁଲିସ ବିଭିନ୍ନ କାରଣ ଦର୍ଶାଇଛି। ଏହି ଆପତ୍ତିଜନକ ଫଟୋ ମଧ୍ୟ ଭାଇଙ୍କ ହତ୍ୟାର ଗୋଟିଏ କାରଣ ହୋଇଥାଇପାରେ। ଭାଇ କାହାକୁ ବ୍ଲାକମେଲିଂ କରୁନଥିଲେ। ଭାଇ ବିଭିନ୍ନ ସମୟରେ ସେମାନଙ୍କ ଦୁର୍ନୀତି ସଂପର୍କରେ ସୋଶାଲ ମିଡିଆରେ ପୋଷ୍ଟ କରୁଥିଲେ। କାଳେ ସେ ଏହି ଆପତ୍ତିଜନକ ଫଟୋଗୁଡ଼ିକୁ  ମଧ୍ୟ ସର୍ବସମ୍ମୁଖକୁ ନେଇ ଆସିବେ, ସେହି ଭୟରେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥାଇପାରେ।     

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe