Advertisment

Attempt to rape: ଜଙ୍ଗଲକୁ ନେଇ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ୨ ଗିରଫ

ନାବାଳିକା ଜଣଙ୍କ ରାତି ସାରା ଜଙ୍ଗଲରେ ରହିଥିଲେ। ବହୁ କଷ୍ଟରେ ଗୋଡ଼ହାତରେ ବନ୍ଧା ଯାଇଥିବା କପଡ଼ାକୁ ଖୋଲି ସକାଳେ ଗାଁକୁ ଫେରି ଘର ଲୋକଙ୍କୁ ସବୁକଥା କହିଥିଲେ ବୋଲି ଜଣାପଡ଼ିଛି।

Belaghara
Advertisment

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକା ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଦୁଇ ଯୁବକ ତାଙ୍କୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ।

Advertisment

ଗିରଫ ଯୁବକ ଦ୍ୱୟ ହେଉଛନ୍ତି ସୁଶୀଲ ନାୟକ ଓ ନୀତେଶ ନାୟକ। ଉଭୟଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ। ସୁଶୀଲଙ୍କୁ ଗତକାଲି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବିଳମ୍ବିତ ରାତିରେ ନୀତେଶଙ୍କୁ ଗିରଫ କରାଯାଇଥିଲା ବୋଲି ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋଶଲେ ସୂଚନା ଦେଇଛନ୍ତି। ତାଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି।  

ଏସ୍‌ଡିପିଓ କହିଛନ୍ତି ଯେ ପୀଡ଼ିତାଙ୍କ ବାପା ଗତ ୨ ତାରିଖରେ ବେଲଘର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ସୁଶୀଲ ନାୟକ ଓ ନୀତେଶ ନାୟକ ତାଙ୍କୁ ଅପହରଣ କରି ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ସେମାନେ ତାଙ୍କୁ ଉଭୟ ଯୌନ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ସେମାନେ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନାବାଳିକା ଜଣଙ୍କ ପ୍ରତିରୋଧ କରିଥିଲେ। ଏହାପରେ ଅଭିଯୁକ୍ତ ଦ୍ୱୟ ତାଙ୍କ ଗୋଡ଼ହାତ ଓ ମୁହଁ ବାନ୍ଧି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। 

Advertisment

ନାବାଳିକା ଜଣଙ୍କ ରାତି ସାରା ଜଙ୍ଗଲରେ ରହିଥିଲେ। ବହୁ କଷ୍ଟରେ ଗୋଡ଼ହାତରେ ବନ୍ଧା ଯାଇଥିବା କପଡ଼ାକୁ ଖୋଲି ସକାଳେ ଗାଁକୁ ଫେରି ଘର ଲୋକଙ୍କୁ ସବୁକଥା କହିଥିଲେ ବୋଲି ଜଣାପଡ଼ିଛି। 

ନାବାଳିକାଙ୍କ ଡାକ୍ତରୀ ମଇନା କରାଯାଇଥିବା ବେଳେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତ ଦ୍ୱୟଙ୍କୁ ପୀଡ଼ିତ ପୂର୍ବରୁ ଜାଣିଥିଲେ ବୋଲି ପୁଲିସ କହିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।  
                                 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe