ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ହାତୀବାରି ଲ୍ୟାମ୍ପସରୁ ଚୋରି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୬୪ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ଫେରାର ଥିବା ଜଣାପଡ଼ିଛି।
ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଲ୍ୟାମ୍ପସ ଗେଟ୍ର ତାଲା ଭାଙ୍ଗି ଅଫିସ୍ ଭିତରକୁ ପଶିଥିଲେ। ଏହାପରେ ସେମାନେ ଆଲମିରା ତାଲା ଭାଙ୍ଗି ଲକରରେ ଥିବା ୨ ଲକ୍ଷ ୬୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଗତକାଲି ସକାଳେ ଲ୍ୟାମ୍ପସ଼ର ପରିଚାଳନା ନିର୍ଦ୍ଦେଶକ ପ୍ରିୟଙ୍କା ସାହୁ ଆଲମିରା ଭଙ୍ଗା ଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ।
ବିଶ୍ରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରିଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିଲା। ଏହାପରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଏନେଇ ରାଉରକେଲା ଡିଏସ୍ପି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ପ୍ରଶାସନ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ
ଶ୍ରୀମନ୍ଦିର ଉପରେ ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୁଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କେହି ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।
Miscellaneous
ପ୍ରବାସୀ ଭାରତୀୟ ଦିବସ: ସଜେଇ ହେଲାଣି ଜନତା ମଇଦାନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି
ପ୍ରବାସୀ ଭାରତୀୟଙ୍କ ମନ ମୋହିବାକୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାରେ ସଜେଇ ହେଲାଣି ଜନତା ମଇଦାନରେ ଓଡ଼ିଶା ପାଭିଲିୟନ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ୍ ଡିଜି।
Politics
ବିଜେଡିରେ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାଙ୍କ ଭିତରେ ବିବାଦ!
କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ।
Miscellaneous
ଆରମ୍ଭ ହେଲା ସହିଦ ମାଧୋ ସିଂ ହାତ ଖର୍ଚ୍ଚ
ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।
Politics
ବିଜେଡି ନେତାଙ୍କ ମୂଷା ଉପାକ୍ଷାନ
ମୂଷା ବଂଶ କ’ଣ ଲୋପ୍ କରାଯାଇପାରିବ ନାହିଁ କି ପ୍ରଶ୍ନରେ ସମ୍ୱିତ କହିଛନ୍ତି, ମୂଷା ବଂଶ କ’ଣ ନିପାତ ହୋଇପାରିବ? କାରଣ ସେମାନଙ୍କର ପ୍ରଜନନ କ୍ଷମତା ଅଧିକ। ତେଣୁ ସେମାନେ ରହିବେ। ସେମାନଙ୍କ ବଂଶ ଲୋକ କରିହେବନି।