Advertisment

ହାତୀବାରି ଲ୍ୟାମ୍ପସରୁ ଚୋରି ଘଟଣାରେ ୨ ଗିରଫ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ହାତୀବାରି ଲ୍ୟାମ୍ପସରୁ ଚୋରି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୬୪ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ଫେରାର ଥିବା ଜଣାପଡ଼ିଛି। ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଲ୍ୟାମ୍ପସ ଗେଟ୍‌ର ତାଲା ଭାଙ୍ଗି ଅଫିସ୍ ଭିତରକୁ ପଶିଥିଲେ। ଏହାପରେ ସେମାନେ  ଆଲମିରା ତାଲା ଭାଙ୍ଗି ଲକରରେ ଥିବା ୨ ଲକ୍ଷ ୬୪ ହଜାର […]

ହାତୀବାରି ଲ୍ୟାମ୍ପସରୁ ଚୋରି ଘଟଣାରେ ୨ ଗିରଫ

police

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ହାତୀବାରି ଲ୍ୟାମ୍ପସରୁ ଚୋରି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୬୪ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ଫେରାର ଥିବା ଜଣାପଡ଼ିଛି।

Advertisment

ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଲ୍ୟାମ୍ପସ ଗେଟ୍‌ର ତାଲା ଭାଙ୍ଗି ଅଫିସ୍ ଭିତରକୁ ପଶିଥିଲେ। ଏହାପରେ ସେମାନେ  ଆଲମିରା ତାଲା ଭାଙ୍ଗି ଲକରରେ ଥିବା ୨ ଲକ୍ଷ ୬୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଗତକାଲି ସକାଳେ ଲ୍ୟାମ୍ପସ଼ର ପରିଚାଳନା ନିର୍ଦ୍ଦେଶକ ପ୍ରିୟଙ୍କା ସାହୁ ଆଲମିରା ଭଙ୍ଗା ଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ।

ବିଶ୍ରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରିଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିଲା। ଏହାପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଏନେଇ ରାଉରକେଲା ଡିଏସ୍‌ପି ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe