ହନିଟ୍ରାପ୍‌ରେ ଚୁନ ଲଗାଇଥିଲେ ୩୦ ଲକ୍ଷ, ଧରାପଡ଼ିଲେ ନାଇଜେରିଆନ୍ ଦମ୍ପତି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଫେସବୁକ୍‌ରେ ବନ୍ଧୁତା। ବନ୍ଧୁତାରୁ ଚାଟିଂ। ଚାଟିଂରୁ ଫୋନ୍ ନମ୍ବର ଦିଆନିଆ। ତା’ପରେ ଦିଆଯାଉଥିଲା ଦାମୀ ଗିଫ୍ଟର ଲୋଭ। ଏଥିରେ ଯିଏ ପଡ଼ୁଥିଲା ତାକୁ ଲଗାଉଥିଲେ ଚୁନ। ଏମିତି କରି ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୁନ ଲଗାଇବା ମାମଲାରେ ପୁଲିସ ନୂଆଦିଲ୍ଲୀ ମଇଦାନଗରିରୁ ଆଉ ୨ ନାଇଜେରୀୟ ନାଗରିକଙ୍କୁ ଗିରଫ କରିଛି। ଏନେଇ ଆଜି ବାଲେଶ୍ୱର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଗିରଫ ଦୁଇ ଜଣ […]

arrest

  • Published: Saturday, 27 August 2022
  • , Updated: 27 August 2022, 07:10 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଫେସବୁକ୍‌ରେ ବନ୍ଧୁତା। ବନ୍ଧୁତାରୁ ଚାଟିଂ। ଚାଟିଂରୁ ଫୋନ୍ ନମ୍ବର ଦିଆନିଆ। ତା’ପରେ ଦିଆଯାଉଥିଲା ଦାମୀ ଗିଫ୍ଟର ଲୋଭ। ଏଥିରେ ଯିଏ ପଡ଼ୁଥିଲା ତାକୁ ଲଗାଉଥିଲେ ଚୁନ। ଏମିତି କରି ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୁନ ଲଗାଇବା ମାମଲାରେ ପୁଲିସ ନୂଆଦିଲ୍ଲୀ ମଇଦାନଗରିରୁ ଆଉ ୨ ନାଇଜେରୀୟ ନାଗରିକଙ୍କୁ ଗିରଫ କରିଛି। ଏନେଇ ଆଜି ବାଲେଶ୍ୱର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଗିରଫ ଦୁଇ ଜଣ ହେଲେ ନାଇଜେରିଆର ଯୁବକ ଇ. ମାନୁଏଲ ନମାନି ଓ ତାଙ୍କ ସ୍ତ୍ରୀ ସୁଚିମ୍ ଟିଷ୍ଟ୍ର। ସେମାନଙ୍କ ପାଖରୁ ଗୋଟିଏ ଆଇ-୨୦ କାର, ଦୁଇଟି ସୁନା ଚେନ, ଗୋଟିଏ ମୁଦି, ଦୁଇଟି ଲାପଟପ, ୭ଟି ମୋବାଇଲ ଫୋନ, ଭ୍ୟାଲିଡିଟି ସରିଯାଇଥିବା ଭିସା, ପାସପୋର୍ଟ ଓ ଏସବିଆଇ ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଖାତାରେ ପାୟ ୬ ଲକ୍ଷ ଟଙ୍କା ରହିଛି। ଏହି ମାମଲାରେ ପୂର୍ବରୁ ଗତ ୬ ତାରିଖରେ ଜଣେ ନାଇଜେରୀୟ ନାଗରିକ ଗିରଫ ହୋଇଥିଲେ। ତାଙ୍କ ନାମ ସାମସନ ଇମାନେ ଲିଆ।

ବାଲେଶ୍ଵର ଅତିରିକ୍ତ ଏସପି ଅମରେଶ କୁମାର ପାଣିଗ୍ରାହୀ କହିଛନ୍ତି, ସାମସନ ଓ ଇ. ମାନୁଏଲ ନମାନି ୟୁକେ ମହିଳାଙ୍କ ନାଁରେ ବିଭିନ୍ନ ପ୍ରକାର ଫେକ୍ ଫେସବୁକ୍ ଓ ହ୍ୱାଟ୍‌ସ ଆପ୍ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତା କରୁଥିଲେ। ଯାହା ଭିତରେ ବାଲେଶ୍ୱରର ଜଣେ ସରକାରୀ କର୍ମଚାରୀ ଥିଲେ। ତାଙ୍କୁ ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସାଇଥିଲେ। ପରେ ଲଣ୍ଡନରୁ ଗିଫ୍ଟ ପଠାଇଥିବା ଜଣାଇଥିଲେ। ପରେ ଗିଫ୍ଟ ପାଇବାକୁ ହେଲେ କଷ୍ଟମ ଫି ଓ ଇମିଗ୍ରେସନ ଫି ଦେବାକୁ କହି ଠକେଇ କରିଥିଲେ। ଏହି ଠକେଇରେ ଅଭିଯୁକ୍ତ ଇ. ମାନୁଏଲ ନମାନି ନିଜ ସ୍ତ୍ରୀ ଯିଏକି ନାଗାଲାଣ୍ଡର ଝିଅ ତାକୁ କଷ୍ଟମ ଅଫିସର ଭାବ ବ୍ୟବହାର କରିଥିଲା। ଏହି ମହିଳା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ଫୋନ୍ କରି ଗିଫ୍ଟ ଆସିଥିବାର ସୂଚନା ଦେଇ ଟଙ୍କା ଲୁଟିଥିଲା। ଏଭଳି ସେମାନେ ଅନେକଙ୍କୁ ଠକିଛନ୍ତି।

ବାଲେଶ୍ୱର ସାଇବର ପୁଲିସର ତତ୍ପରତା ପରେ ଗିରଫଦାରୀ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ଏମାନେ ସମସ୍ତେ ଗୋଟିଏ ଟିମ୍ ହୋଇ କାମ କରୁଥିଲେ ବୋଲି ଶ୍ରୀ ପାଣି କହିଛନ୍ତି।

Related story