Advertisment

Paradip Rape and Murder Case : ଛାତ ଉପରେ ଦୁଷ୍କର୍ମ କରିବା ପରେ ଚାରି ମହଲା ଉପରୁ ଠେଲି ଦେଇଥିଲେ

ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ହୋଇଥିବାରୁ ଯୁବତୀ ମଧ୍ୟ ଘରକୁ ଯିବାକୁ ଚାହୁଁନଥିଲେ। ପାରାଦୀପ ଯିବେ ବୋଲି କହିଥିଲେ । ଏହାପରେ ଯୁବତୀଙ୍କୁ ବାଇକରେ ବସାଇ ତାରିଣୀଗଡ଼ାସ୍ଥିତ ନିଜ ଭଡ଼ା ଘରକୁ ନେଇ ଯାଇଥିଲା ଦେହଲୋଭୀ ଝଡ଼ଖଣ୍ଡି ଯୁବକ ଜଣଙ୍କ।

Rape and Murder
Advertisment
  • ଲିଫ୍ଟ ଦେଇ ଯୁବତୀଙ୍କୁ ଭଡ଼ାଘରକୁ ନେଇଥିଲା ଝାଡ଼ଖଣ୍ଡି ଯୁବକ
  • ନିଶାଶକ୍ତ ଅବସ୍ଥାରେ ଦୁଷ୍କର୍ମ କରିକ୍ଷତାକ୍ତ କରିଥିଲା
  • ଧରାପଡ଼ିଯିବା ଭୟରେ ଚାରି ମହଲା ଉପରୁ ଫିଙ୍ଗି ହତ୍ୟା କରିଥିଲା
  • ପ୍ରେମିକ ବି ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିଲା 
Advertisment

ପାରାଦୀପ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ କଥା। ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ହେବା ପରେ ରାହାମା ଛକରେ ଛିଡ଼ା ହୋଇଥିଲେ ଯୁବତୀ। ଯୁବତୀଙ୍କୁ ଏକୁଟିଆ ଦେଖି ପାରାଦୀପ ଯିବାର ରାସ୍ତା ପଚାରିଥିଲା ଝାଡ଼ଖଣ୍ଡି ଯୁବକ। ମିଠା ମିଠା କଥା କହି ବିଶ୍ୱାସ ଜନ୍ମାଇଥିଲା। ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ହୋଇଥିବାରୁ ଯୁବତୀ ମଧ୍ୟ ଘରକୁ ଯିବାକୁ ଚାହୁଁନଥିଲେ। ପାରାଦୀପ ଯିବେ ବୋଲି କହିଥିଲେ । ଏହାପରେ ଯୁବତୀଙ୍କୁ ବାଇକରେ ବସାଇ ତାରିଣୀଗଡ଼ାସ୍ଥିତ ନିଜ ଭଡ଼ା ଘରକୁ ନେଇ ଯାଇଥିଲା ଦେହଲୋଭୀ ଝଡ଼ଖଣ୍ଡି ଯୁବକ ଜଣଙ୍କ। ରାତିରେ ଯୁବତୀଙ୍କୁ ଛାତ ଉପରକୁ ନେଇ ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲା ସେ । ଯୁବତୀ ଜଣଙ୍କ ଏ କଥା ବାହାରେ କହିଦେବେ ବୋଲି କହିବାରୁ ତାଙ୍କୁ ଚାରିମହଲା ଛାତ ଉପରୁ ଠେଲି ଦେଇଥିଲା ଝାଡ଼ଖଣ୍ଡି ଯୁବକ। ଘଟଣାର ଚାରିଦିନ ପରେ ପାରାଦୀପ ଦୁଷ୍କର୍ମ ଓ ହତ୍ୟା ମାମଲାର ପର୍ଦ୍ଦାଫାସ ଶୁକ୍ରବାର ଏହି ସୂଚନା ଦେଇଛି ଜଗତସିଂହପୁର ପୁଲିସ୍‌।  

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଶୁଭମ ସିଂ। ଘର ଝାଡ଼ଖଣ୍ଡରେ। ପାରାଦୀପରେ ୧୦ ଦିନ ହେବ କାମ କରୁଥିଲେ। ହେଲେ ନିଶାଶକ୍ତ ଅବସ୍ଥାରେ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ଚାରିମହଲା ଛାତ ଉପରୁ ଠେଲି ଦେଇ ହତ୍ୟା କରିଥିଲା । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲା । ପ୍ରମାଣ ନଷ୍ଟ କରିବାକୁ ଯୁବତୀଙ୍କ ମୋବାଇଲ ଫୋନ, ଅନ୍ତଃବସ୍ତ୍ର, ପୋଷାକକୁ ରୋଷେଇ ଘରେ ଏବଂ ତାଜା ଉପରେ ଲୁଚାଇ ଦେଇଥିଲା ଶୁଭମ୍। ପୁଲିସ୍ ଏସବୁର ଖୁଲାସା କରିଛି।  

Advertisment

ମୁଖ୍ୟ ଅଭିଯୁକ୍ତ ଶୁଭମ ସହ ଯୁବତୀଙ୍କ ବୟଫ୍ରେଣ୍ଡ ସୋମନାଥ ଓଝାଙ୍କୁ ବି ବାନ୍ଧିଛି ପୁଲିସ୍ । ବିବାହର ପ୍ରଲୋଭନ ଦେଖାଇ ସୋମନାଥ ୨ ବର୍ଷ ଧରି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଗତ ୨୨ ତାରିଖ ସକାଳେ ମିଛ କହି ଯୁବତୀଙ୍କୁ ଘରୁ ଡକାଇଥିଲା। ତାଙ୍କ ସହିତ ଝଗଡ଼ା କରି ଗାଳିମନ୍ଦ କରିଥିଲେ। ଫଳରେ ଯୁବତୀ ଡିପ୍ରେସନକୁ ଚାଲିଯାଇଥିଲେ। ତେଣୁ ତାଙ୍କ ନାଁରେ ମଧ୍ୟ ଏକାଧିକ ଦଫା ଲାଗାଇ ତାଙ୍କୁ ଗିରଫ କରିଛି ପୁଲିସ।

ଫୋରେନ୍‌ସିକ୍‌ ଟିମର ଏକ ବିଶେଷଜ୍ଞ ଦଳ ଆସି ପରବର୍ତ୍ତୀ ସମୟରେ ଏହି ଘଟଣାର ଅଧିକ ତଦନ୍ତ କରିବେ। ତେବେ ପ୍ରେସମିଟରେ ଏସପି କହିଥିବା କଥା ଓ ପୁଲିସର ପ୍ରେସରିଲିଜରେ ଥିବା ଅନେକ କଥା ମେଳ ଖାଉନଥିବା ଦେଖା ଦେଇଛି । ଆଗକୁ ତଦନ୍ତ ହେଲେ ସବୁକିଛି ସ୍ପଷ୍ଟ ଜଣାପଡ଼ିବ।

ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe