Advertisment

ଅନୈତିକ ସଂପର୍କକୁ ଶେଷ କରିବାକୁ ନେଲେ ଚରମ ପଦକ୍ଷେପ; ଶାଶୂ-ଜ୍ୱାଇଁ ଗିରଫ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁରରେ ଗାଁ ସାଥୀଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଗାଁ ସାଥୀ ରମେଶ ସିଂଙ୍କର ଗିରଫ ମହିଳାଙ୍କ ସହିତ ଅନୈତିକ ସଂପର୍କ ଥିଲା ବୋଲି ଜଣାପଡ଼ିଛି। ସେହି ମହିଳାଙ୍କ ଘର ମଧ୍ୟ ଭବାନୀପୁର ଗାଁରେ। […]

ଅଦ୍ୟତନ ହୋଇଛି
ଅନୈତିକ ସଂପର୍କକୁ ଶେଷ କରିବାକୁ ନେଲେ ଚରମ ପଦକ୍ଷେପ; ଶାଶୂ-ଜ୍ୱାଇଁ ଗିରଫ

sagarika

Advertisment

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁରରେ ଗାଁ ସାଥୀଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଗାଁ ସାଥୀ ରମେଶ ସିଂଙ୍କର ଗିରଫ ମହିଳାଙ୍କ ସହିତ ଅନୈତିକ ସଂପର୍କ ଥିଲା ବୋଲି ଜଣାପଡ଼ିଛି। ସେହି ମହିଳାଙ୍କ ଘର ମଧ୍ୟ ଭବାନୀପୁର ଗାଁରେ। ଦୀର୍ଘ ବର୍ଷ ଧରି ସେମାନଙ୍କ ମଧ୍ୟରେ ସଂପର୍କ ଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ମହିଳାଙ୍କ ଜ୍ୱାଇଁ ଅସନ୍ତୋଷ ପ୍ରକାଶ କରିଥିଲେ। ସେଥିପାଇଁ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହୁଥିଲା। ଏହି ଅନୈତିକ ସଂପର୍କକୁ ଶେଷ କରିବାକୁ ଉକ୍ତ ମହିଳା ଓ ତାଙ୍କ ଜ୍ୱାଇଁ ମିଶି ଯୋଜନା କରିଥିଲେ।

ଯୋଜନା ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ଜ୍ୱାଇଁ ରମେଶଙ୍କୁ ଭୋଜି କରିବା ପାଇଁ ଡାକିଥିଲେ। ଉକ୍ତ ମହିଳାଙ୍କ ଘରେ ହିଁ ଭୋଜିର ଆୟୋଜନ କରାଯାଇଥିଲା। ସେଠାରେ ରମେଶ ବସି ମଦ ପିଉଥିବା ବେଳେ ମହିଳା ଜଣଙ୍କ ଏକ ଚାପଡ଼ରେ ତାଙ୍କ ବେକ କାଟି ଦେଇଥିଲେ। ରମେଶଙ୍କର ସେଠାରେ ମୃତ୍ୟୁ ଘଟିଥିବା ବେଳେ ମୃତଦେହକୁ କିପରି ଫୋପାଡ଼ିବେ, ସେ ନେଇ ଯୋଜନା କରିଥିଲେ ଶାଶୂ-ଜ୍ୱାଇଁ। ଏହା ପରେ ସେମାନେ ସେହି ଚାପଡ଼ରେ ରମେଶଙ୍କ ଶରୀରକୁ ୬ ଖଣ୍ଡ କରିଥିଲେ। ଗୋଟିଏ ହାତ ଓ ଗୋଟିଏ ଗୋଡ଼କୁ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ବାକି ସବୁ ଅଂଶକୁ ପୋଖରୀରେ ଫିଙ୍ଗି ଦେଇଥିଲେ।

Advertisment

ଭବାନୀପୁର ଗାଁର ରମେଶ ସିଂ କରେଇ ପଞ୍ଚାୟତର ଗାଁ ସାଥୀ ଭାବେ କାର୍ଯ୍ୟ କରୁଥିଲେ। ୧୩ ତାରିଖ ଦିନ ସେ ପଞ୍ଚାୟତ ଅଫିସ୍‌କୁ ଯାଇ ନିଖୋଜ ହୋଇଯାଇଥିଲେ। ରାତିରେ ଘରକୁ ନଫେରିବାରୁ ଓ ସକାଳେ ଖୋଜାଖୋଜି ପରେ ବି ନ ମିଳିବାରୁ ପରିବାର ଲୋକେ ଘଟଣା ସଂପର୍କରେ ସୁନ୍ଦରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ଯାଞ୍ଚ ଆରମ୍ଭ କରିଥିଲା।

ଅପରାହ୍ନରେ ଭବାନୀପୁର ନିକଟସ୍ଥ ଏକ ବିଲରୁ ଏକ ହାତ ମିଳିଥିଲା। ତାହା ରମେଶଙ୍କ ହାତ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ପୁଲିସ୍ ତଦନ୍ତ ଆଗକୁ ବଢ଼ାଇଥିଲା। ଏହା ପରେ ବିଳମ୍ବିତ ରାତିରେ ଗାଁ ପୋଖରୀରୁ ରମେଶଙ୍କ ଗଣ୍ଡି ମିଳିଥିଲା। ତା’ପର ଦିନ ପୋଖରୀ ପାଣିକୁ ଶୁଖାଇବା ପରେ ରମେଶଙ୍କ ମୁଣ୍ଡ, ଗୋଟିଏ ଗୋଡ଼ ଓ ଆଉ ଗୋଟିଏ ହାତ ଉଦ୍ଧାର କରାଯାଇଥିଲା। ୧୬ ତାରିଖରେ ଭବାନୀପୁର ଗାଁ ଛକ ନିକଟରୁ ରମେଶଙ୍କର ଆଉ ଏକ କଟା ଗୋଡ଼ ମିଳିଥିଲା।

ଏସ୍‌ପି କହିଛନ୍ତି, ରମେଶଙ୍କ ହାତକୁ ପ୍ରଥମେ ତାଙ୍କ ଭାଇ ଚିହ୍ନଟ କରିଥିଲେ। ତାଙ୍କ ହାତରେ ଥିବା ଏକ ରାଖୀକୁ ଦେଖି ତାହା ରମେଶଙ୍କ ହାତ ବୋଲି ସେ କହିଥିଲେ। ସେହିଭଳି ରମେଶଙ୍କ ଶରୀରର ଅନ୍ୟ ଅଂଶକୁ ମଧ୍ୟ ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ଓ ମେଡିକାଲ୍ ରିପୋର୍ଟରେ ସେସବୁ ସ୍ପଷ୍ଟ ହେବ। ଏବେ ତଦନ୍ତ ଜାରି ରହିଛି।

Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe