ସୋର (ଶଶୀକାନ୍ତ ବେହେରା): ପ୍ରତିବର୍ଷ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ମିଳିତ ଭାବେ ଏହି ସଚେତନତାଅଭିଯାନ ଚଳାଇଛି। ଏହା ସତ୍ତ୍ୱେ ଆଜି ଘଟିଥିବା ଏକ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଭୁଲ୍ ନୀତି ପାଇଁ ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି।
ପୂରା ଘଟଣା ଏମିତି। ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ସୋର ଥାନା ତଳନଗର ଛକ ପାଖରେ ଗତକାଲିଠାରୁ ମରାମତି କାମ ଚାଲିଛି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ନିଜ ନିଜର ଗାଡ଼ିକୁ ରାସ୍ତା ଉପରେ ଛିଡ଼ା କରି କାମ କରୁଛନ୍ତି। ଯେଉଁଥିପାଇଁ ଭଦ୍ରକ ଅଭିମୁଖେ ଆସୁଥିବା ଦୁଇ ଜଣ ଯୁବକଙ୍କ ବାଇକ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା।
ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଚିଟଫଣ୍ଡ କାଗଜପତ୍ର ମିଳୁନାହିଁ: ବିଜେପି, ଦୋଷ ଲଦିବା ଛାଡ଼: ବିଜେଡି
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ନିର୍ବାଚନୀ ସଂକଳ୍ପପତ୍ର ଅନୁଯାୟୀ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବ। କିନ୍ତୁ ପୂର୍ବ ବିଜେଡି ସରକାର ଚିଟଫଣ୍ଡ କାଗଜପତ୍ର ହେରଫେର କରିଛି, ଯାହା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ବ କରୁଛି।

Guest Column
ହୀରାକୁଦ ଜଳଭଣ୍ଡାର ପ୍ରତି ନୂଆ ବିପଦ ସୀସା, ତମ୍ବା ଓ ଦସ୍ତା
ପଚାଶ ଦଶକରେ ମହାନଦୀ ଉପରେ ନିର୍ମିତ ଏସିଆର ବୃହତ ଜଳଭଣ୍ଡାର ହୀରାକୁଦ ପ୍ରତି କିଛି ବର୍ଷ ହେଲା ନୂଆ ବିପଦ ଆସି ଠିଆ ହୋଇଛି। ହୀରାକୁଦ ଜଳଭଣ୍ଡାରର ମାଟି ଓ ପାଣିରେ ଅତ୍ୟଧିକ ମାତ୍ରାରେ ସୀସା ( ଲିଡ), କ୍ରୋମିୟମ, ତମ୍ବା (କପର) ଓ ଦସ୍ତା (ଜିଙ୍କ) ଆଦି ଧାତବ୍ୟ ଦ୍ରବ୍ୟ ରହିଥିବା ୨୦୨୩ ମସିହାରେ ପ୍ରକାଶିତ ପ୍ରବନ୍ଧ ଦାବି କରୁଛି।

Education
ଆସନ୍ତାକାଲି +୨ ରେଜଲ୍ଟ , ଏପଟେ ବଢ଼ିଲା +୩ ନାମଲେଖା ଅବଧି
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ରେଜଲ୍ଟ ପରୀକ୍ଷା-୨୦୨୫ର ଫଳାଫଳ ଘୋଷଣାରେ ବିଳମ୍ବ ହେତୁ ଓଡ଼ିଶା ସରକାର ମଙ୍ଗଳବାର ଡିଗ୍ରୀ କଲେଜଗୁଡ଼ିକରେ +୩ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରିଛନ୍ତି।

Miscellaneous
କ୍ୟାବିନେଟ୍ ବୈଠକ: ବିଜେଡି ଶୈଳୀରେ ଚାଲିଥିଲା ୧୦ମାସ, ଏବେ ‘ରୁଲସ୍ ଅଫ ବିଜିନେସ’କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
କ୍ୟାବିନେଟ୍ ବୈଠକ ଓ ଏଜେଣ୍ଡା ପ୍ରସ୍ତୁତି ଆଦିକୁ ନେଇ ‘ରୁଲସ୍ ଅଫ ବିଜିନେସ୍’ର ତୃତୀୟ ଖଣ୍ଡରେ ଥିବା ପ୍ରାବଧାନକୁ ପୁଣିଥରେ କଡ଼ାକଡ଼ି ପାଳନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

Guest Column
ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପ୍ରସ୍ତୁତି
ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜକୋଷର ଅର୍ଥ ଓ ବ୍ୟବସ୍ଥା ସର୍ବନିମ୍ନ ଯେପରି ଖର୍ଚ୍ଚ କରାଯାଏ ସେଥିପାଇଁ ମୋହନ ମାଝୀ ସରକାରଙ୍କୁ ଏକ କୌଶଳ ନିର୍ଦ୍ଧାରଣ କରିବାକୁ ପଡ଼ିବ। ଜନସାଧରଣଙ୍କ ଟିକସ ଅର୍ଥରେ ମୁଖ୍ୟମନ୍ତ୍ରୀ ଯାହା ଶାସନ ପାଇଁ ଆବଶ୍ୟକ କରିବା ସମୟରେ ସର୍ବନିମ୍ନ ଅର୍ଥ ଯେପରି ତାଙ୍କ ପାଇଁ ଖର୍ଚ୍ଚ ହେଉଛି ତାହାର ଏକ ବାର୍ତ୍ତା ସବୁବେଳେ ଜନସାଧାରଣଙ୍କ ନିକଟରେ ହୃଦ୍ବୋଧ ହେଲାପରି ଦେବାକୁ ହେବ।